ସତ୍ୟବ୍ରତ ଭୁତିଆ ରମ୍ଭା ଥାନାର ନୂତନ ଆଇଆଇସି
ଗଞ୍ଜାମ, (ବିନୋଦ ପଲାଇ):ଦୁଇ ମାସ ହେବ ଖାଲିପଡିଥିବା ରମ୍ଭା ଥାନାରେ ନୂତନ ଆଇଆଇସି ରୂପେ ସତ୍ୟବ୍ରତ ଭୁତିଆ ଦାଇତ୍ଵ ଗ୍ରହଣ କରିଛନ୍ତି। ଏଠାରେ ପୂର୍ବରୁ ଥିବା ପି. ସ୍ୱରୂପୁ କିଷାନଙ୍କ ଦୁଇ ମାସ ପୂର୍ବରୁ ଆସ୍କା ଥାନାକୁ ବଦଳି ହୋଇଯାଇଥିଲା। ଫଳରେ ଆଇଆଇସି ଦାଇତ୍ୱରେ ଥିବା ସବ ଇନିସିପେକ୍ଟର ବିମଳ କୁମାର କାହିଁର ଠାରୁ ଦାଇତ୍ଵ ଗ୍ରହଣ କରିଥିଲେ ନୂତନ ଆଇଆଇସି ସତ୍ୟବ୍ରତ। ଦାଇତ୍ୱ ନେବାପରେ ଆଇଆଇସି ପାତ୍ର ସତ୍ୟବ୍ରତ ଉତ୍ତମ ଵ୍ୟଵହାର ସହିତ ଲୋକଙ୍କ ପାଖକୁ ଯିବ ପୋଲିସ ସେବା ଯିବା ବୋଲି କହିବା ସହ ଆଇନଶୃଙ୍ଖଳା , ପେଟ୍ରୋଲିଙ୍ଗ , ଓ ଟ୍ରାଫିକ ତାଙ୍କର ପ୍ରାଥମିକତା ରହିବ ବୋଲି କହିଛନ୍ତି । ନୂତନ ଆଇଆଇସିଙ୍କୁ ପୋଲିସ କର୍ମଚାରୀ, ସାମ୍ବାଦିକ, ବ୍ୟବସାୟୀ ସଂଘ, ଓ ବିଭିନ୍ନ ରାଜନୈତିକ ଦଳ ଓ ଵର୍ଗର ଲୋକେ ଭେଟି ଶୁଭେଚ୍ଛା ଜଣାଇଥିଲେ।


