ବୁଗୁଡା ବିଡ଼ିଓ ଭାବେ ସନ୍ତୋଷ କୁମାର ଜେନାଙ୍କ ଦାୟିତ୍ୱ ଗ୍ରହଣ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ବିଡ଼ିଓ ଭାବେ ସନ୍ତୋଷ କୁମାର ଜେନା ସେପ୍ଟେମ୍ବର ୨୨ ତାରିଖ ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥି ପୂର୍ବରୁ ଶ୍ରୀ ଜେନା ଓଡ଼ଗାଁ ବ୍ଲକ ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲ। ବୁଗୁଡା ବ୍ଲକରେ କାର୍ଯ୍ୟରତ ବିଡ଼ିଓ ବାସୁଦେବ ନାୟକଙ୍କ ଠାରୁ ଶ୍ରୀ ଜେନା ବୁଗୁଡା ବ୍ଲକ ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ବୁଗୁଡାର ପୂର୍ବତନ ବିଡ଼ିଓ ବାସୁଦେବ ନାୟକଙ୍କୁ ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଳକର ବିଡ଼ିଓ ଭାବେ ବଦଳି ଯାଇଛନ୍ତି। ବୁଗୁଡା ବ୍ଳକର ନୂତନ ବିଡ଼ିଓ ଭାବେ ଶ୍ରୀ ଜେନା ଦାୟିତ୍ବ ଗ୍ରହଣ କରିବା ପରେ ବ୍ଲକ କର୍ମଚାରୀ ବୃନ୍ଦଙ୍କ ସମେତ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ମେମ୍ବର ବୃନ୍ଦ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସେହିପରି ଏଠାରୁ ବଦଳି ହୋଇଥିବା ବିଡ଼ିଓ ବାସୁଦେବ ନାୟକଙ୍କୁ ମଧ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ