ଅରଭାନୀ ସମୟ ପକ୍ଷରୁ ଆନ୍ତର୍ଜାତୀୟ ସାକ୍ଷରତା ପକ୍ଷ ଉଦ୍ଯାପିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପାକ୍ଷୀକ ସମ୍ବାଦପତ୍ର ଅରଭାନୀ ସମୟ ଏବଂ ଓଏସ୍ଇଡିଓ ପକ୍ଷରୁ ଆନ୍ତର୍ଜାତୀୟ ସାକ୍ଷରତା ପକ୍ଷ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉଦ୍ଯାପିତ ହୋଇଯାଇଛି । ସାହିତ୍ୟିକା ମଂଜୁଳା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ନିରଂଜନ ପଣ୍ଡା, ମୁଖ୍ୟବକ୍ତା ଭାବେ ସରକାରଙ୍କ ଶିକ୍ଷାବିଭାଗ ଅଧିକାରୀ ସର୍ବଜିତ ପଟ୍ଟନାୟକ, ବରେଣ୍ୟ ଅତିଥିଭାବେ ବିଶିଷ୍ଟ ସମାଜସେବୀ ମନୋରଂଜନ ମହାନ୍ତି, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ଆରତୀ ମହାନ୍ତି, ସୁଭଦ୍ରା ଦେବୀ ଉପସ୍ଥିତ ରହିବା ସହିତ ସରକାରୀ ଶିକ୍ଷା ବ୍ୟବସ୍ଥା ସହିତ ତୃଣମୂଳ ସ୍ତରରେ ଶିକ୍ଷାବ୍ୟବସ୍ଥାକୁ ଆହୁରି ଦୃଢ଼ିଭୂତ କରିବା ସହିତ ପିତାମାତାମାନେ ବିଦ୍ୟାର୍ଥୀଙ୍କୁ ନୈତିକ ଶିକ୍ଷା ପାଇଁ ପ୍ରୋତ୍ସାହିତ କରନ୍ତୁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଂପାଦକ ରମେଶ କୁମାର ମହାପାତ୍ର ସମ୍ପାଦକୀୟ ବିବରଣୀ ପଠନ କରିବା ସହିତ ବିଭିନ୍ନ ବସ୍ତି ଅଂଚଳରେ ଅନୁଷ୍ଠିତ ହୋଇଥିବା ଶ୍ରୁତଲିଖନ, ହସ୍ତାକ୍ଷର ତଥା ଓଡ଼ିଆ ଭାଷାରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏଥିସହିତ ସମାଜରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷ ବିଜୟ କୁମାର ପ୍ରଧାନ, ତପନ କୁମାର ରାହା, ନିରଦ ପରିଡ଼ାଙ୍କୁ ଉତରୀୟ ସହ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ସାମ୍ବାଦିକା ରୀନା ମହାନ୍ତି କାର୍ଯ୍ୟକ୍ରମକୁ ପ୍ରମୁଖ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ମୁଖପାତ୍ର ତଥା ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ । ସହଯୋଗ କରିଥିଲେ ନାରାୟଣ ଖୁଂଟିଆ, ଜ୍ୟୋସ୍ନାରାଣୀ ଦାସ ଓ ଅନନ୍ତ ଗୋପାଳ ସାହୁ ।