ପିକ୍ ଅପ୍ ଭ୍ୟାନ୍ ସହ ଗଞ୍ଜେଇ ଭାଙ୍ଗ ଜବତ, ଚାଲାଣକାରି ଗିରଫ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜ଼ିଲ୍ଲା ଚନ୍ଦ୍ରଗିରି ଫାଣ୍ଡି ପୋଲିସ ରବିବାର ମୋହନା ଥାନା ଅନ୍ତର୍ଗତ ରାଣୀଖମା – କୁସୁମପୁର ରାସ୍ତା ରେ ପେଟ୍ରୋଲିଂ କଲାବେଳେ ଏକ ବୋଲେରୋ ପିକ୍ ଅପ୍ ସହ ୬କୁଇଣ୍ଟାଲ ୪୪ଗ୍ରାମ ଗଞ୍ଜେଇ ଭାଙ୍ଗ ଜବତ, କରିଛି l ଉକ୍ତ ଗଞ୍ଜେଇ ଭାଙ୍ଗ ଗଜପତି ଜ଼ିଲ୍ଲା ରୁ ନୟାଗଡ଼ ଜ଼ିଲ୍ଲା ଓଡ଼ଗାଁ କୁ ଚାଲାଣ କରାଯାଉଥିଲା l ଭାଙ୍ଗ ଚାଲାଣ ଅଭିଯୋଗ ରେ ପୋଲିସ ଓଡ଼ଗାଁ ର ବିଜୟ ପାତ୍ର କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜବତ ଗଞ୍ଜେଇ ର ମୂଲ୍ୟ ୨ଲକ୍ଷ ୫ହଜାର ହେବ ବୋଲି ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ସୂଚନା ଦେଇଛନ୍ତି l


