ପୂର୍ବ ଶତ୍ରୁତାକୁ ନେଇ ହତ୍ୟା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ପାଟପୁର ଥାନା ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବୃନ୍ଦାବନପୁର ଗ୍ରାମର ଅନୀଲ ନାୟକ ଛେଳି ଚରାଇବାକୁ ଯାଇଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଳାକାଟି ହତ୍ୟା ପରେ ନିକଟସ୍ଥ ଜଙ୍ଗଲରେ ଫୋପାଡିବା ମାମଲାର ପୋଲିସ ପର୍ଦ୍ଦାଫାଶ କରିଥିବା ଜଣାପଡିଛି । ପୋଲିସ ଘଟଣାରେ ଦୁଇ ଯୁବକଙ୍କୁ ଗିରଫ କରି ସୋମବାର ଦିନ କୋର୍ଟ ଚାଲାଣ କରିଥିବା ପାଟପୁର ଥାନା ପରିସରରେ ପୋଲିସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ଉପସ୍ଥିତିରେ ଆସିକା ଏସଡିପିଓ ଉମାଶଙ୍କର ସିଂହ ସୂଚନା ଦେଇଛନ୍ତି ଗିରଫ ଯୁବକ ଦୁଇଜଣ ହେଲେ ପାଟପୁର ଥାନାଅନ୍ତର୍ଗତ ପୋଡାମାରୀ ଗ୍ରାମ ଗୋଲାସାହି ରଏସ୍. ମାଲେସୁ ପାତ୍ର ଏବଂ ବୃନ୍ଦାବନପୁର ଗ୍ରାମର କୁନା ଦଳାଇ । ସୂଚନା ପ୍ରକାରେ କୁନା ଦଳାଇ ର ବଡ଼ଭାଇ ମୁନା ଦଳାଇ ଦୀର୍ଘ ୮ ମାସ ହେବ କୁଆଡେ଼ ପଳାଇଥିବା ବେଳେ ତାହାର କୌଣସି ଖୋଜ ଖବର ନଥିବା ବେଳେ ମୃତ ଅନୀଲ ର ବାପା ସନାତନ ନାୟକ ମୁନାକୁ ମାରିଦେଇଥିବା ସନ୍ଦେହ କରି ଶତ୍ରୁତା ହୋଇଥିବା ଅଭିଯୁକ୍ତ ସ୍ବୀକାର କରିଛି। ଏନେଇ ସୁଯୋଗ ଖୋଜୁଥିଲା କୁନା ଦଳାଇ ଅନୀଲର ବାପା ସନାତନ ନାୟକ ଙ୍କ ଦେହ ଅସୁସ୍ଥ ଥିବା ମେଡ଼ିକାଲ ରେ ରହିଥିବା ବେଳେ ଶନିବାର ସକାଳୁ ଛେଳି ଧରି ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇଥିଲା । ମଧ୍ୟାହ୍ନ ରେ ମାଆ ଋବି ପୁଅ ପାଇଁ ଖାଇବା ଧରି ଜଙ୍ଗଲକୁ ଯାଇଥିଲେ ମଧ୍ୟ ପୁଅକୁ ପାଇନଥିଲେ । ଛେଳି ନିକଟରେ ପୁଅ ଧରିଥିବା ତଲାରୀ ପଡ଼ିଥିବା ବେଳେ ଏ ନେଇ ମାଆର ମନରେ ଏକପ୍ରକାର ସନ୍ଦେହ ସୃଷ୍ଟି ହୋଇଥିଲା । ଏପଟେ ବିଳମ୍ବିତ ସନ୍ଧ୍ୟା ଯାଏଁ ପୁଅକୁ ଖୋଜାଖୋଜି ପରେ ଶେଷରେ ନିରାଶ ହୋଇ ଘରକୁ ଫେରିଥିଲେ । ଅପରପକ୍ଷରେ ରବିବାର ସକାଳୁ ପୁଣିଥରେ ଗ୍ରାମବାସୀଙ୍କ ସହ ମାଆ ପୁଅକୁ ସେହି ଜଙ୍ଗଲରେ ଖୋଜିବା ସମୟରେ ଏକ ଲୁଟା ବୁଦା ମୂଳେ ପୁଅର ରକ୍ତାକ୍ତ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ ।ଘଟଣାପରେ ପାଟପୁର ପୋଲିସର ତଦନ୍ତ କରିଥିବା ବେଳେ ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ଅନୁସନ୍ଧାନୀ କୁକୁର ସହାୟତାରେ ଘଟଣାର ଖୋଳତାଡ଼ କରିଥିଲା । ଏନେଇ ମୃତ ଅନୀଲର ମାଆ ଋବି ନାୟକ ପୁଅକୁ ହତ୍ୟା ପରେ ଫୋପାଡି ଦିଆଯାଇଥିବା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଥାନା କେସ୍ ନଂ ୬୧୦/୨୩ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚଳାଇ ଅଭିଯୁକ୍ତଙ୍କୁ ଘଟଣାର ୨୪ ଘଣ୍ଟା ନପୁରୁଣୁ ସୋମବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ କହିଛି। ମୃତ ଅନୀଲ ର ଭଉଣି ନିଖୋଜ ନେଇ କୌଣସି ସୁରାକ ମିଳିଥିବା ନେଇ ପଚାରିବାରୁ ତଦନ୍ତ ଚାଲିଛି ଯଥା ଶୀଘ୍ର ଅଭିଯୁକ୍ତ କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।