ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗଂଗଦା (ମଝିପଡା) ଗ୍ରାମର ମା’କୁତାମଚଣ୍ଡୀ ହେଲ୍ପ କ୍ଲବ ଆନୁକୁଲ୍ୟରେ ବୃକ୍ଷରୋପଣ ଓ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ବ୍ଲକରେ ବୃକ୍ଷରୋପଣ, ସାମାଜିକ ସହିଷ୍ଣୁତା ଓ ନିଶା ନିବାରଣ ପରି ସାଂପ୍ରତିକ ସମସ୍ୟା ଉପରେ କ୍ଲବର କର୍ମକର୍ତାମାନେ ଗୁରୁତ୍ୱାରୋପ କରିଥିଲେ । ସ୍ଥାନୀୟ ଓଷ୍ଟା ସଭାପତି ସୁକାନ୍ତ କୁମାର ଲେଙ୍କାଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ପରିବେଶବିତ୍ ନିରଂଜନ ମହାନ୍ତି, ମୁଖ୍ୟବକ୍ତା ଭାବେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟାପକ ତଥା ପରିବେଶବିତ୍ ହୃଦାନନ୍ଦ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମୀ ବିଚିତ୍ର କୁମାର ପଣ୍ଡା ଯୋଗ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । କ୍ଲବର ସଂପାଦକ ପବିତ୍ର କୁମାର ମହାରଣା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କ୍ଲବର ସଭାପତି ତଥା ପରିବେଶବିତ୍ ଲିଙ୍ଗରାଜ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହିତ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂର୍ପକରେ ଅବଗତ କରିଥିଲେ । ଚଳିତ ବର୍ଷ ଓଡିଶା ସରକାରଙ୍କ ପକ୍ଷରୁ ପ୍ରକୃତି ବନ୍ଧୁ ସମ୍ମାନରେ କ୍ଲବର ସଭାପତି ଶ୍ରୀ ସାହୁ ସମ୍ମାନିତ ହୋଇଥିବାରୁ ତାଙ୍କୁ କ୍ଲବ ଓ ଗ୍ରାମବାସୀଙ୍କ ପକ୍ଷରୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରେ ପୂଜ୍ୟପୂଜାର ପରମ୍ପରାରେ ଗ୍ରାମର ବରିଷ୍ଠ ନାଗରିକ ଭୋବନୀ ଚରଣ ସାହୁ, ବିପିନ ଦାସ, ପୂର୍ଣ୍ଣଚନ୍ଦ୍ର ବେହେରା ଓ ବାଲୁ ନାୟକଙ୍କୁ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗାଁର ୧୦ବର୍ଷର ଶିଶୁ ନିହାର ରଂଜନ ସାହୁଙ୍କ ଦ୍ୱାରା ଦେଶୋତ୍ମକବୋଧକ ଗୀତ ପରିବେଷଣ କରାଯାଇଥିଲା । କ୍ଲବର ସଦସ୍ୟ ନୃସିଂହ ଚରଣ ମହାରଣା ଧନ୍ୟବାଦ ଅର୍ପଣ କରିଥିବା ବେଳେ କ୍ଲବର କର୍ମକର୍ତା ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କ୍ଲବର ଏତାଦୃଶ କାର୍ଯ୍ୟକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମହଲରେ ପ୍ରଂଶସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ