ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ସମିତି ସମ୍ମିଳନୀ କକ୍ଷରେ ସେପ୍ଟେମ୍ବର ୨୭ ତାରିଖ ଦିନ ବୁଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିମୁଖୀକରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଦେବେନ୍ଦ୍ର କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସଶ୍ମିତା କର, ବ୍ଲକ ଗ୍ରାମ ପଞ୍ଚାୟତ ଅଧିକାରୀ ମନୋଜ କୁମାର ସାହୁ, ସିଡିପିଓ ବବିତା କୁମାରୀ ପଣ୍ଡା ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସମ୍ପର୍କ ବିଭାଗର ଅଧିକାରୀ ବୃନ୍ଦ ଓ ୧୦ ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୋଗଦେଇଥିଲେ। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଶ୍ରୀ ନାୟକ, ବିପର୍ଯ୍ୟୟ ସମୟରେ ସନସ୍ତ ଲାଇନ ଡିପାର୍ଟମେଣ୍ଟ କର୍ମଚାରୀ ବୃନ୍ଦ ସମନ୍ୱୟ ରକ୍ଷା କରି କିପରି କାର୍ଯ୍ୟକରିବେ ସେହି ବିଷୟ ନେଇ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ବିପର୍ଯ୍ୟୟ ସମୟରେ ଆବଶ୍ୟକ ହେଉଥିବା ବିଭିନ୍ନ ଗାଡି ମାଲିକ ମାବଙ୍କ ସହ ଯୋଗାଯୋଗ ପାଇଁ ମୋବାଇଲ ନମ୍ବର ସଂଗ୍ରହ କରିବାକୁ ପରାମର୍ଶ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ