ଦୃଷ୍ଟିହୀନ ବିଦ୍ୟାଳୟ ରେ ପାଠ ପଢ଼ାଉଛନ୍ତି ଆରସିଆଇ ଅଯୋଗ୍ୟ ଶିକ୍ଷୟତ୍ରୀ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ର ରାଣିପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ରେ ଶିକ୍ଷା ଦାନ ଦେଇ ଆସୁଥିବା ଶିକ୍ଷୟତ୍ରୀ ଗୀତାଞ୍ଜଳି ପ୍ରଧାନ ଙ୍କ ଆରସିଆଇ ରେଜିଷ୍ଟ୍ରେସନ୍ ନମ୍ବର ଏ ୩୧୩୨୫ ବୈଧତା ୨୦୧୮ ମସିହାରୁ ସରି ଯାଇଛି। ଏହାର ନବି କରଣ କରାଯାଇ ନାହିଁ । ଫଳରେ ଆରସିଆଇ ଆକ୍ଟ ଧାରା ୧୩ (୩) ଓ ଆରସିଆଇ ଚିଠି ଅନୁଯାଇ ଗୀତାଞ୍ଜଳି ପ୍ରଧାନ ଙ୍କ ଭିନ୍ନକ୍ଷମ ଶିଶୁ ମାନଙ୍କୁ ଶିକ୍ଷା ଦାନ ଦେବା ଅଧିକାର ଆଇନଗତ ଭାବରେ ହରାଇଛନ୍ତି। ଉକ୍ତ ଧାରା ଅନୁସାରେ ଶିକ୍ଷା ଦାନ ଦଣ୍ଡନୀୟ ଅପରାଧ। ଉକ୍ତ ବିଷୟ ରେ ଜିଲ୍ଲା ପ୍ରଶାସନ କୁ ଅବଗତ କରାଇବା ପରେ ଜିଲ୍ଲା ପ୍ରଶାସନ ଉକ୍ତ ବିଷୟ ରେ ନୀରବ ରହିଛନ୍ତି। ଅନେକ ଦୃଷ୍ଟିହୀନ ତାଲିମ ପ୍ରାପ୍ତ ଆରସିଆଇ ଯୋଗ୍ୟତା ଅର୍ଜନ ବ୍ୟକ୍ତି ନିଯୁକ୍ତି ନ ପାଇ ରହିଥିଲା ବେଳେ ଅଣ ତାଲିମ ପ୍ରାପ୍ତ ବ୍ୟକ୍ତି ବିତେନ୍ଦ୍ର ଦାସ ଙ୍କୁ ମଧ୍ୟ ଉକ୍ତ ବିଦ୍ୟାଳୟର ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବା ଉପରୁକ୍ତ ଧାରା ଅନୁସାରେ ବେନିୟମ ଅଟେ। କେଉଁ ଆଇନ ଅନୁଯାୟୀ ପରିଚାଳନା ପରିଷଦ ତାଙ୍କୁ ପରିମିଶନ୍ ଦେଇଛି।ସରକାର ଓ ଜିଲ୍ଲା ପ୍ରଶାସନ କୁ ଉକ୍ତ ବିଷୟ ଜଣା ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଯୋଗ୍ୟ ପର୍ଥିମାନଙ୍କ ମନରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଭିନ୍ନକ୍ଷମ ପୁନଃ ପରିଷଦ ଆଇନକୁ ଖୁଲମଖୁଲା ଉଲଘଂନ କରୁଛି। ଏଣୁ ତୁରନ୍ତ ଆରସିଆଇ ଗାଇଡ ଲାଇନ ଅନୁସାରେ ଜିଲା ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ