ଭଣ୍ଡାରିପୋଖରୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ମାଳଦା ଜଗନ୍ନାଥ ବଜାର ବଣିକ ସଂଘ ପକ୍ଷରୁ ଆୟୋଜନ ହେଉଥିବା ବାର୍ଷିକ ଗଜଲକ୍ଷ୍ମୀ ପୂଜା ଅବସରରେ ଭଣ୍ଡାରିପୋଖରୀ ମହୋତ୍ସବ ଆରମ୍ଭ ହେଉଛି। ଏନେଇ ଶିକ୍ଷାବିତ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବାରିକପୁର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିକ୍ଷାବିତ ପୁରୁଷୋତ୍ତମ ଧଳ, ସନ୍ତୋଷ ସାହୁ, ରାଜ୍ୟ ସ୍ତରୀୟ ମହୋତ୍ସବ କମିଟି ସଭାପତି ରବିନାରାୟଣ ଖିଲାର, ଶିକ୍ଷାବିତ ଘନଶ୍ୟାମ ସ୍ୱାଇଁ, ଜଗନ୍ନାଥ ନାୟକ, ହିମାଂଶୁ ଭୂଷଣ ରାଉତ, ଭରତ ଚନ୍ଦ୍ର ସାହୁ, ନାରାୟଣ ପୋଥାଳ, ନାରାୟଣ ସ୍ୱାଇଁ, ଅକ୍ଷୟ ମହାନ୍ତି, ଡାକ୍ତର ନିରଞ୍ଜନ ଓଝା, ପ୍ରଫୁଲ୍ଲ ସାହୁ, ପ୍ରଫୁଲ୍ଲ ନାୟକ, ପବନ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତା ୨୯ତାରିଖ ଦିନ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଦ୍ୱାରା ମହୋତ୍ସବ ଉଦ୍ଘାଟନ ହେବ ବୋଲି ଜଣାଯାଇଛି।