ଗଜପତିର ତଳକାଗୁଡା ଗ୍ରାମବାସୀଙ୍କ ପାଇଁ ସରକାରୀ ଯୋଜନା ସାତ ସପନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଏପରି ଏକ ଗ୍ରାମ ରହିଛି ଯେଉଁ ଗ୍ରାମର ସମସ୍ତ ଗ୍ରାମବାସୀ ଭୂମିହୀନ ଅଟନ୍ତି. ତଳକଗୁଡ଼ା ନାମକ ଏହି ଗ୍ରାମର ଗ୍ରାମବାସୀଙ୍କୁ ଜାତିଗତ ଓ ବାସିନ୍ଦା ପ୍ରମାଣ ପତ୍ର ମିଳୁ ନ ନଥିବା ଯୋଗୁ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ସୁଦ୍ଧା ଗ୍ରାମବାସୀମାନେ ଭୂମିହୀନ ଓ ବାସହୀନ ହୋଇ ଝାଟିମାଟି କୁଡ଼ିଆରେ ଅତ୍ୟନ୍ତ ଦୁଃଖଦ ଜୀବନ ବିତାଉ ଆସୁଛନ୍ତି. ଗ୍ରାମର ସମସ୍ତ ଛାତ୍ରଛାତ୍ରୀଙ୍କୁ ଜାତିଗତ ପ୍ରମାଣ ପତ୍ର ନ ଥିବାରୁ ଶିକ୍ଷା କ୍ଷେତ୍ରରେ କୌଣସି ସରକାରୀ ସୁବିଧା ମିଳୁନାହିଁ. ସରକାରଙ୍କ ଆବାସ ଯୋଜନା ରହିଛି. ହେଲେ ବାସିନ୍ଦା ଓ ଜାତିଗତ ପ୍ରମାଣ ପତ୍ର ନଥିବା ଯୋଗୁ ଜଣେ ହେଲେ ଗ୍ରାମବାସୀ ଆବାସ ଯୋଜନାରେ ସାମିଲ ହୋଇପାରିନାହାନ୍ତି. ଘଟଣାରୁ ପ୍ରକାଶ, ଗଜପତି ଜିଲା ମୋହନା ବ୍ଲକ୍ ବାଜେଗୁଡ଼ା ପଞ୍ଚାୟତ ତଳକାଗୁଡ଼ା ଗାଁରେ ୩୫ ଭୂମିହୀନ ଆଦିବାସୀ ପରିବାର ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଗାଁରେ ସମୁଦାୟ ୬୩ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ପ୍ରାୟ ୩୫ ପରିବାର ଭୂମିହୀନ ଅଛନ୍ତି। ଦୀର୍ଘ ୭୦/୮୦ ବର୍ଷ ଧରି ଗାଁରେ ରହି ଆସୁଥିବା ବେଳେ ନିଜ ଜମି ନ ଥିବାରୁ ଗ୍ରାମବାସୀଙ୍କୁ ବାସିନ୍ଦା ପ୍ରମାଣ ପତ୍ର ମିଳୁ ନାହିଁ। କେବଳ ସେତିକି ନୁହଁ ଜମି ପଟା ବା ବାସିନ୍ଦା ପ୍ରମାଣ ପତ୍ର ନ ଥିବାରୁ ପିଲାଙ୍କ ପାଠ ପଢା ପାଇଁ ଆୟ ପ୍ରମାଣଆଦିବାସୀ ପରିବାର ପତ୍ର, ଜାତିଗତ ପ୍ରମାଣ ପତ୍ର ମଧ୍ୟ ହୋଇ ପାରୁନାହିଁ । ଏସହ ନିଜର ଜମି ନ ଥିବାରୁ ସରକାରଙ୍କ ଆବାସ ଯୋଜନାରେ ପ୍ରକୃତହିତାଧିକାରୀ ହୋଇ ମଧ୍ୟ ଘର ଖଣ୍ଡେ ମିଳୁନାହିଁ । ଫଳରେ ଗ୍ରାମବାସୀ ଝାଟି ମାଟି କୁଡିଆ ଘର କରି ବର୍ଷ ବର୍ଷ ଧରି ରହିଆସୁଛନ୍ତି। ଭୂମିହୀନ ଆଦିବାସୀମାନଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି, କିନ୍ତୁ ଏହିମାନେ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ । ଭୂମିହୀନମାନଙ୍କୁ ଘରବାରି ପଟା, ଚାଷ ପାଇଁ ଜଙ୍ଗଲ ଜମି ପଟ୍ଟା ସମେତ ବିଭିନ ଯୋଜନାରେ ସରକାରୀ ସୁବିଧା ମିଳିବା ବ୍ୟବସ୍ଥା ରହିଥ‌ିବା ବେଳେ ଏବେ ବି ଏହି ପରିବାର ସରକାରଙ୍କ ସମସ୍ତ ପ୍ରକାର ସୁବିଧାରୁ ବଞ୍ଚିତ ଅଛନ୍ତି। ଏ ନେଇ ତହସିଲଦାର ହିମାଂଶୁ ଭୂଷଣ ପଲାଇ କହିଛନ୍ତି, ତାଙ୍କ ପାଖକୁ ଗ୍ରାମବାସୀଙ୍କ ଅଭିଯୋଗ ଆସିଛି, ଖୁବ୍ ଶୀଘ୍ର ଘଟଣାର ଅନୁଧ୍ୟାନ କରି ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ