ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚରୁ କର୍ମକର୍ତ୍ତା ବୈଠକ 

ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ପ୍ରସ୍ତାବିତ ପରିବର୍ଦ୍ଧିତ ଜିଲ୍ଲାସ୍ତରୀୟ ବୈଠକ କେତେକ ଅନିବାର୍ଯ୍ୟ କାରଣବଶତଃ ସ୍ଥଗିତ ରଖାଯାଇଛି । କିନ୍ତୁ ନଭେମ୍ବର ୪ ତାରିଖ ଦିନ ୧୦ଟାରେ ଜିଲ୍ଲା କର୍ମକର୍ତ୍ତା ବୈଠକ ନୃତ୍ୟ ସଂଗୀତ କଳା ମନ୍ଦିର ପରିସରରେ ମଞ୍ଚର ନୂତନ କାର୍ଯ୍ୟାଳୟରେ ବସିବ । ଏହି ବୈଠକରେ ଜିଲ୍ଲାସ୍ତରୀୟ ପରିବର୍ଦ୍ଧିତ ସାଂଗଠନିକ ବୈଠକ ପାଇଁ ତାରିଖ ଧାର୍ଯ୍ୟ କରାଯିବ । ଉକ୍ତ ତାରିଖ ସମସ୍ତ ବ୍ଲକ୍ ଓ ଶାଖା କମିଟିମାନଙ୍କୁ ଜଣାଇ ଦିଆଯିବ ବୋଲି ଜିଲ୍ଲା କମିଟିର ସାଧାରଣ ସଂପାଦକ ଦାମୋଦର ନାୟକ ଓ ଜନସଂପର୍କ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ଏକ ବିବୃତ୍ତିରେ ଜଣାଇଛନ୍ତି । ଜିଲ୍ଲା କମିଟିର କର୍ମକର୍ତ୍ତାମାନେ ଆସନ୍ତା ନଭେମ୍ବର ୪ ତାରିଖ ଦିନ ନୂତନ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଯୋଗଦେବାକୁ ସେମାନେ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ