ଡେଲାଙ୍ଗ ରେ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ଡେଲାଙ୍ଗ, (ଯୁଗାବ୍ଦ ନ୍ୟୁଜ): ଆଜି ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବ୍ଲକ ପ୍ରଶାସନ ତରଫରୁ ଅଧକ୍ଷା ବାସନ୍ତୀ ସାହୁଙ୍କ ଅଧ୍ୟକ୍ଷତାରେ ଓଡିଶା ବିପର୍ଯ୍ୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯୟ ପ୍ରଶମନ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ୍ତ କୁମାର ନାୟକ, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ଜିପିଓ ରତିକାନ୍ତ ସାହୁ, ଏମଆଇ ଅକ୍ଷୟ କୁମାର ସେଠି, ଅଗ୍ନିଶମ ବାହିନୀ ର ଆସିଷ୍ଟାଣ୍ଟ ଜୟରାମ ସାହୁ ପ୍ରମୁଖଙ୍କ ସମେତ ୨୧ ଗ୍ରାମ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ /ସଭ୍ୟା, ସ୍ବେଛାସେବୀ ଅନୁଷ୍ଠାନ ପ୍ରତିନିଧି, ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ବୈଠକ ପ୍ରାରମ୍ଭରେଜିପିଓ ରତିକାନ୍ତ ସାହୁ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସଙ୍ଗେ ସଙ୍ଗେ ବୈଠକ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ୧୯୯୯ ମସିହାର ମହାବାତ୍ୟା ଆଜିକୁ ୨୪ବର୍ଷ ପୁରିଲା! ଅତୀତ ମହାବାତ୍ୟାର ସ୍ମୃତି ଚାରଣ ! ଆଗାମୀ ଦିନରେ ବାତ୍ୟା କୁ କିଭଳି ମୁକାବିଲା କରାଯାଇ ପାରିବ ତାଉପରେ ଆଲୋଚନା ହୋଇଥିଲା! ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଉପରେ ଶପଥ ପାଠ କରିବାସହ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ଭଧୀୟ ସଚେତନତା ଓ ମୁକାବିଲା ଜନପ୍ରତିନିଧି ମାନଙ୍କର ଗୁରୁତ୍ଵ, ସମସ୍ତ କିପରି ସୁରକ୍ଷିତ ରହିବେ ଆଜିର ଦିବସରେ ଅଧକ୍ଷା ଶ୍ରୀମତୀ ବାସନ୍ତି ସାହୁ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ