ଏସପିଙ୍କ ବୁଗୁଡା ଥାନାର କାର୍ଯ୍ୟଧାରା ସମୀକ୍ଷା

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରୟ ସୋମବାର ବୁଗୁଡା ଥାନାକୁ ଗସ୍ତରେ ଆସି ନଥିପତ୍ର ଯାଞ୍ଚ କରିବା ସହ ଥାନାର କାର୍ଯ୍ୟଧାରା ସମୀକ୍ଷା କରିଥିବା ଜଣାପଡ଼ିଛି । ଛତ୍ରପୁର ଗଞ୍ଜାମ ଏସପି ରୟ ଗସ୍ତରେ ଆସି ବୁଗୁଡା ଥାନାରେ ପହଞ୍ଚି ଥାନାର ବିଭିନ୍ନ ନଥିପତ୍ରର ଯାଞ୍ଚ କରିଥିଲେ।ଏଥସହ ବୁଗୁଡାଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା, ସବଇନସପେକ୍ଟର କାର୍ତ୍ତିକ ନାୟକ ଓ ତନୁଶ୍ରୀ ସାହୁ,ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ, ଏବଂ ଏଏସଆଇ ଯୁଧିଷ୍ଠିର ମହାକୁଡ଼ ଓ ଅମୀୟ ପଢିଙ୍କ ଉପସ୍ଥିତିରେ କାର‌୍ୟ୍ୟଧାରା ସମୀକ୍ଷା କରିବା ସହ ସନ୍ତୋଷ ପ୍ରକାଶ କରିଥିଲେ। ଏହି ଅବସରରେ ବୁଗୁଡା ଥାନା ଆଇଆଇସି ଶ୍ରୀ ବେହେରା ,ବାଲିପଦର ଫାଣ୍ଡି ପାଇଁ ନିଜସ୍ୱ କାର‌୍ୟ୍ୟାଳୟ ନିର୍ମାଣ, ବୁଗୁଡା ଥାନା ଷ୍ଟାପ କ୍ଵାଟର ନିର୍ମାଣ ଓ କରସିଙ୍ଗ ଛକରେ ଏକ ଫାଣ୍ଡି ବା ବିଟ ସ୍ଥାପନ ପାଇଁ ଏସପି ଶ୍ରୀ ରାୟଙ୍କୁ ପ୍ରସ୍ତାବ ଦେଇ କାର‌୍ୟ୍ୟକାରୀ କରବା ପାଇଁ ଅନୁରୋଧ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ