୬ରେ ହାତ ଧରିବେ ଶତୃଘ୍ନ

ନୂଆଦିଲ୍ଲୀ : ବିଜେପିର ବିଦ୍ରୋହୀ ନେତା ଶତ୍ରୁଘ୍ନ ସିହ୍ନା ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମଧ୍ୟରେ ଆଜି ଘଣ୍ଟାଧିକ କାର୍ଯ୍ୟ ସାକ୍ଷାତମୂଳକ ବୈଠକ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ନେତା ଶକ୍ତି ସିଂହ ଗୋହିଲ ଟ୍ୱିଟ୍ କରି ଜଣାଇଛନ୍ତି । ତାଙ୍କ କହିବାନୁସାରେ ଆସନ୍ତା ୬ ତାରିଖରେ ଶତ୍ରୁଘ୍ନ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେବେ । ବିହାରର ପାଟନାସାହିବ ଆସନରୁ ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିବା ଶତ୍ରୁଘ୍ନ ଗତ କିଛି ବର୍ଷ ଧରି ବିମୁଦ୍ରୀକରଣ, ଜିଏସ୍ଟି ତଥା ରାଫେଲ ଭଳି ପ୍ରସଙ୍ଗରେ ନିଜ ଦଳ ଓ ଦଳୀୟ ନେତୃବୃନ୍ଦଙ୍କୁ ସିଧାସଳଖ ସମାଲୋଚନା କରିଆସୁଥିଲେ । ଏନେଇ ବିଜେପିର କେନ୍ଦ୍ରୀୟ ନେତା ତାଙ୍କ ଉପରେ ଅସନ୍ତୁଷ୍ଟ ହୋଇଥିଲେ । ଫଳରେ ତାଙ୍କୁ ଚଳିତ ନିର୍ବାଚନରେ ବିଜେପି ପକ୍ଷରୁ ଟିକଟ ମିଳିବା ନେଇ ଆଶଙ୍କା କରାଯାଉଥିଲା । ତେବେ ନିକଟରେ ବିହାର ପାଇଁ ବିଜେପି ନିଜ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିଥିବା ବେଳେ ଅନୁମାନସ୍ୱରୂପ ଶତ୍ରୁଘ୍ନଙ୍କୁ ପାଟନାସାହିବରୁ ପ୍ରାର୍ଥୀ ଭାବେ ସାମିଲ କରାଯାଇନଥିଲା । ପୂର୍ବରୁ ପାଟନାସାହିବ ଆସନରୁ ପ୍ରାର୍ଥୀ ହେବା ନେଇ ଦୃଢ଼ୋକ୍ତି ପ୍ରକାଶ କରିସାରିଥିବା ଶତ୍ରୁଘ୍ନ ଶେଷରେ କଂଗ୍ରେସରେ ସାମିଲ ହେବା ସମ୍ପର୍କରେ ଘୋଷଣା କରିଥିଲେ । ତେବେ ତାଙ୍କ ବିପକ୍ଷରେ ବିଜେପି ଏଠାରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପ୍ରାର୍ଥୀ କରିଥିବାରୁ ଏଠାରେ ଏକ ହେଭିୱେଟ୍ ମୁକାବିଲା ଦେଖିବାକୁ ମିଳିବ ବୋଲି ରାଜନୈତିକ ବିଶେଷଜ୍ଞ ଅନୁମାନ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ