ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ପ୍ରଦାନ

ନାଉଗାଁ , (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ତିରୁଣା ପଂଚାୟତସ୍ଥିତ ଦହିପାଳ ଗ୍ରାମର ଭିନ୍ନକ୍ଷମ ରୂପ ମଲ୍ଲିକଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଟ୍ରାଇ ସାଇକେଲ ସୋମବାର ପ୍ରଦାନ କରାଯାଇଛି ।  ବ୍ଲକ କାର୍ଯ୍ୟାଳୟ ପରିସରରେ ରୂପଙ୍କୁ ବିଡିଓ ନିରଞ୍ଜନ ପରିଡା ଏହି ଟ୍ରାଇ ସାଇକେଲ ପ୍ରଦାନ କରିଛନ୍ତି । ରୂପ ଜଣେ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ଗୋଟିଏ ଗୋଡର ଆଣ୍ଠୁ ପର୍ଯ୍ୟନ୍ତ କଟା ଯାଇଛି । ଯାହାଫଳରେ ସେ ଚାଲିପାରନ୍ତି ନାହିଁ । ତେଣୁ ଯିବା ଆସିବା କରିବା ପାଇଁ ତାଙ୍କୁ ବହୁତ ଅସୁବିଧା ହେଉଥିଲା । ପ୍ରଶାସନ ପକ୍ଷରୁ ଟ୍ରାଇ ସାଇକେଲ ଯୋଗାଇ ଦେବା ପାଇଁ ରୂପ ବ୍ଲକ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ସାଇକେଲ ପାଇବା ପରେ ସେ ସୁବିଧାରେ ଯିବା ଆସିବା କରି ନିଜ କାର୍ଯ୍ୟ କରିପାରିବେ ବୋଲି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଭାରାପ୍ରାପ୍ତ ବିଏସଏସଓ ସ୍ବାଗତ ରଂଜନ ଦାଶ, କାର୍ଯ୍ୟକ୍ରମ ସହାୟକ ପ୍ରସନ୍ନଜିତ ନାୟକ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ