ଶିକ୍ଷାବିତ ସୋନମ୍ ୱାଂଙ୍ଗଚୁକଙ୍କ ଆନ୍ଦୋଳନକୁ ସମର୍ଥନ କରି ପାରଳାଖେମୁଣ୍ଡିରେ ଶାନ୍ତିପୂର୍ଣ ଗଣଧାରଣା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ରାଜପ୍ରାସାଦ ସମ୍ମୁଖରେ ବିଶିଷ୍ଠ ଶିକ୍ଷାବିତ୍, ବୈଜ୍ଞାନିକ ଓ ପରିବେଶବିତ୍ ସୋନମ୍ ୱାଂଙ୍ଗଚୁକ୍, ଛାତ୍ରଛାତ୍ରୀ, ଯୁବକ୍ ମାନଙ୍କ ଦ୍ଵାରା ଦିଲ୍ଲୀର ଜନ୍ତର୍ ମନ୍ତର୍ ଠାରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଧାରଣକୁ ସମର୍ଥନ ଜଣାଇ ବିଭିନ୍ନ ସାମାଜିକ ସଂଗଠନ, ରାଜନୈତିକ ଦଳ ଓ ସଚେତନ ନାଗରିକଙ୍କ ମିଳିତ ଆନୁକୂଲ୍ୟରେ ପ୍ରତିବାଦ ତଥା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବାରମ୍ବାର ନିଟ୍ ପରୀକ୍ଷା ସମେତ ଅନେକ ପ୍ରବେଶିକା ପରୀକ୍ଷା ଓ ନିଯୁକ୍ତି ପରୀକ୍ଷାର ପ୍ରଶ୍ନ ପତ୍ର ପ୍ରଘଟ କାରଣରୁ ନିରୀହ ଛାତ୍ର ଛାତ୍ରୀ ଆତ୍ମହତ୍ୟା କରିବା ଘଟଣା ଜନମାନସକୁ ଆନ୍ଦୋଳିତ କରୁଥିଲାବେଳେ କେନ୍ଦ୍ର ସରକାର ଏ ନେଇ ନୀରବ ରହିବା ଶିକ୍ଷା ମାଫିଆଙ୍କୁ ପରୋକ୍ଷରେ ସମର୍ଥନ ଦେଉଥିବାର ସ୍ପଷ୍ଟ ସଂକେତ ମିଳିଛି। ବିଶେଷ କରି ଅପାରଗ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ସମୟରେ ସର୍ବାଧିକ ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲେ ସୁଦ୍ଧା ପରୀକ୍ଷା ପରିଚାଳନାଗତ ତ୍ରୁଟି ସୁଧାରିବା ନିମନ୍ତେ ମନ୍ତ୍ରୀ ମହୋଦୟ କୌଣସି ଉତ୍ତରଦାୟିତ୍ୱ ପୂର୍ବକ କାର୍ଯ୍ୟକାରିତା ସମ୍ପନ୍ନ କରିବାରେ ଅସମର୍ଥ ହୋଇଥିବାରୁ ଏବଂ ଶିକ୍ଷା ମାଫିଆଙ୍କ ସହିତ ସମ୍ପର୍କ ଥିବାର ଅଭିଯୋଗ ହେଉଥିବାରୁ ତାଙ୍କୁ ତୁରନ୍ତ ବହିଷ୍କାର କରି ଜଣେ ଦକ୍ଷ ଶିକ୍ଷା ମନ୍ତ୍ରୀଙ୍କୁ ଦାୟିତ୍ଵ ଦେବାକୁ ବିକ୍ଷୋଭକାରୀମାନେ ମତବ୍ୟକ୍ତ କରିଥିଲେ। ଅନୁରୂପ ଭାବେ ଓଡ଼ିଶାରେ ମଧ୍ୟ ଗଣ ଶିକ୍ଷା ବିଭାଗର ଅପାରଗତା ଯୋଗୁଁ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ହୋଇଥିବା ବ୍ୟାପକ ତ୍ରୁଟି ଯୋଗୁଁ ଶିକ୍ଷାଦାନରେ ଏକ ପ୍ରକାର ଦ୍ଵନ୍ଦ ଓ ଅଚଳାବସ୍ଥା ସୃଷ୍ଟି ହୋଇଛି। ଯାହାଫଳରେ ଲକ୍ଷ ଲକ୍ଷ ଛାତ୍ର ଛାତ୍ରି ଙ୍କର ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି। ସଂପ୍ରତି ଶିକ୍ଷା ବ୍ୟବସ୍ଥା ଭୂଷୁଡ଼ିବାକୁ ବସିଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବା ଦେଖାଯାଉଛି ଯାହା ଲକ୍ଷ ଲକ୍ଷ ଅଭିଭାବକଙ୍କ ସ୍ବପ୍ନକୁ ଧୂଳିସାତ୍ କରିଛି। ଏହି ପ୍ରତିବାଦ କାର୍ଯ୍ୟକ୍ରମ ରେ ଶିଶିର କୁମାର ଭଞ୍ଜ ସାମନ୍ତ, ତନୁଜା ଶତପଥୀ, ରୋକମ୍ ଲୋକନାଥ, ମୁଚି ବାଙ୍ଗାରୁ, ସନ୍ତୋଷ କୁମାର ପଣ୍ଡା, ଶୈଳବାଳା ପଣ୍ଡା,ଲଗୋସ ଦାସ୍ ବର୍ଦ୍ଧନ, ଶିବାଶିଷ ପଟନାୟକ, ତ୍ରିନାଥ ପଟ୍ଟନାୟକ, ମାନସ୍ କୁମାର ଜେନା, ମାଣ୍ଡଲା ବିଜୟ କୁମାର, ଜସ୍ମିନ୍ ଶେଖ୍, ପାଇଲା ମୂରଲୀକ୍ରିଷ୍ଣା,ସରୋଜ କୁମାର ମିଶ୍ର, ଲିଙ୍ଗରାଜ ପାଣିଗ୍ରାହୀ, ଲୁସେନ୍ୟ ଗମାଙ୍ଗ ପ୍ରମୁଖ ଏହି ଧାରଣା କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସୋନମ୍ ୱାଙ୍ଗଚୁକ୍ ଓ ଛାତ୍ର ଛାତ୍ରୀଙ୍କ ପ୍ରତି  ଦୃଢ଼ ସମର୍ଥନ ଜ୍ଞାପନ କରିବା ସହ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବାକୁ ଏବଂ ଓଡ଼ିଶାରେ ତ୍ରୁଟିଶୂନ୍ୟ ପୁସ୍ତକ ତୁରନ୍ତ ଯୋଗାଇଦେବା ପାଇଁ ଦାବି ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ