ଗୋପୀନାଥପୁର ପଞ୍ଚାୟତ ନିବାସୀ କାର୍ତ୍ତିକ ସିଂଙ୍କ ଘର ନିଆଁ ଲାଗି ନଷ୍ଟ ହୋଇ ଯାଇଛି
ବାଲେଶ୍ୱର, (ସରୋଜ ପଣ୍ଡା) : ଗୋପୀନାଥପୁର ପଞ୍ଚାୟତ ନିବାସୀ କାର୍ତ୍ତିକ ସିଂଙ୍କ ଘର ନିଆଁ ଲାଗି ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି l ତାଙ୍କ ବାପା ଶଙ୍କର ସିଂ ନିଆଁରେ ପୋଡି ଯାଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି l ତାଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବା ଲାଗି ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ CDMO ଙ୍କୁ ନିର୍ଦେଶ ଦେଇଛନ୍ତି l ୧୨ ଟି ଛେଳି ନିଆଁରେ ପୋଡି ମରିଯିବା ସହ ଗୋଟିଏ ଗାଈ ଭୟଙ୍କର ଭlବେ ପୋଡିଯାଇଛି l ଆବଶ୍ୟକୀୟ କ୍ଷତି ପୂରଣ ପ୍ରଦାନ ତୁରନ୍ତ ପ୍ରଦାନ ପାଇଁ ସ୍ଥାନୀୟ ତହସିଲଦାର ଙ୍କୁ ନିର୍ଦେଶ ଦେଇଛନ୍ତି l ତାଙ୍କ ପରିବାର ଅତ୍ୟନ୍ତ କଦର୍ଯ୍ୟ ଅବସ୍ଥାରେ ଖୋଲା ଆକାଶ ତଳେ ରହୁଥିବାର ଜାଣି ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ତାଙ୍କୁ ପଲିଥିନ୍, ଶାଢ଼ୀ,ଶୀତବସ୍ତ୍ର ଓ କିଛି ଆର୍ଥିକ ସାହାଯ୍ୟ କରିଛନ୍ତି । ଦୁଃଖର ବିଷୟ ଯେ ୧୨ ଟି ମୃତ ଛେଳି କୁ ସଚେତନତା ଅଭାବରୁ ନଦୀ ରେ ଫିଙ୍ଗି ଦେବା ଦ୍ଵାରା ଜଳ ଓ ମାଟି ଉଭୟ ଭୟଙ୍କର ଭାବେ ପ୍ରଦୂଷିତ ହୋଇ ଲୋକ ମାନଙ୍କର ସ୍ଵାସ୍ଥ୍ୟ ସଙ୍କଟ ଦେଖା ଦେବାର ଆଶଙ୍କା ଅଛି l ଏ ବିଷୟରେ ଗ୍ରାମବାସୀ ମାନଙ୍କୁ ସଚେତନ କରାଇଛନ୍ତି