ଜିଲ୍ଲା ବ୍ରାହ୍ମଣ ସମିତିର ୧୨୧ତମ ଅଧିବେଶନ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା) : ରବିବାରଦିନ ପୂର୍ବାହ୍ନ ୧୦ଘଟିକାରେ ଜିଲ୍ଲା ବ୍ରାହ୍ମଣ ସମିତିର ୧୨୧ତମ ଅଧିବେଶନ ସଭାପତି ଡା. ଶ୍ରୀଶ କୁମାର ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମହାପ୍ରଭୁଙ୍କୁ ପୁଷ୍ପାର୍ଘ୍ୟ ପ୍ରଦାନ ପରେ ପଣ୍ଡିତ୍ ବୈଦ୍ୟନାଥ ଆଚାର୍ଯ୍ୟ ବେଦମନ୍ତ୍ର ପାଠ କରିଥିଲେ । ସାଧାରଣ ସଂପାଦକ ଗୌର ଚନ୍ଦ୍ର ଦାଶ ଉପସ୍ଥିତମାନଙ୍କୁ ସ୍ୱାଗତ ଜଣାଇ ବିବରଣୀ ପାଠ କରିଥିଲେ । ତାହା ଉପସ୍ଥିତମାନଙ୍କ ସର୍ବସମ୍ମତି ମତେ ଅନୁମୋଦିତ ହୋଇଥିଲା । ସମିତିର ବିଭିନ୍ନ ସମସ୍ୟା, ସାଙ୍ଗଠନିକ ବୈଠକ, ବୈଦିକ କାର୍ଯ୍ୟକ୍ରମ, ବିଶ୍ୱଶାନ୍ତି ମହାଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ କରାଇ ସମାଜରେ ସଂସ୍କାର ଓ ଶାନ୍ତି ପ୍ରତିଷ୍ଠା ଦିଗରେ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ସଭାପତି ତାଙ୍କ ବକ୍ତବ୍ୟ ମାଧ୍ୟମରେ ପରାମର୍ଶ ଦେଇଥିଲେ । ସମିତି ଦ୍ୱାରା ସୀମା ପ୍ରାଚୀର ନିର୍ମାଣାଧିନ କାର୍ଯ୍ୟକ୍ରମକୁ ଆଗେଇ ନେବାପାଇଁ ଆବଶ୍ୟକ ଅର୍ଥ ସମିତି ପାଣ୍ଠିରୁ ବହନ କରିବାକୁ ସିଦ୍ଧାନ୍ତ ଗ୍ରହଣ କରାଗଲା । ସମିତିର ‘ରାଣୀ ଆନନ୍ଦ କୁମାରୀ ବେଦ ବିଦ୍ୟାଳୟ’ର ନବୀକରଣ ବାବଦରେ ବାଲେଶ୍ୱର ସଦର ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସ ସରକାରୀ ଅର୍ଥ ମଂଜୁର କରିଥିବାରୁ ବୈଠକରେ ଖୁସି ବ୍ୟକ୍ତ କରାଯାଇ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଗଲା । ଜିଲ୍ଲା ବ୍ରା୍‌ହମଣ ସମିତିର ପରିଚାଳନା କମିଟିର କାର୍ଯ୍ୟକାଳ ଚଳିତର୍ବେ ଡିସେମ୍ବର ମାସରେ ଶେଷ ହେଉଥିବାରୁ ଡିସେମ୍ବର ୧୦ତାରିଖ ରବିବାର ଦିନ ସମିତି ମୁକାମରେ ‘ବାର୍ଷିକ ସାଧାରଣ ସଭା’ ଅନୁଷ୍ଠିତ କରିବାକୁ ସମିତି ଦ୍ୱାରା ଦିବସ ଧାର୍ଯ୍ୟ କରାଗଲା । ଉକ୍ତ ସଭାରେ ଜିଲ୍ଲାର ସମସ୍ତ ବ୍ଲକ୍ ପୌରପାଳିକାର ସଭ୍ୟମାନେ ଯୋଗଦେଇ ସଭାକାର୍ଯ୍ୟ ସାଫଲ୍ୟ କରିବାକୁ ସମିତି ଦ୍ୱାରା ଅନୁରୋଧ କରାଗଲା । ଏହି ବୈଠକରେ ସର୍ବଶ୍ରୀ ପଣ୍ଡିତ ଭୃଗୁରାମ କର, ସରୋଜ ନାରାୟଣ ଷଡ଼ଙ୍ଗୀ, ଗୌରସାଧନ ମିଶ୍ର, ଶାନ୍ତିସ୍ୱରୂପ ମିଶ୍ର, ଗୌର ଗଦାଧର ଶତପଥୀ, ନିରାକାର ଦାଶ, ନାରାୟଣ କର, ବୀରେନ୍ଦ୍ର କୁମାର କର, ରମାକାନ୍ତ ଦୀକ୍ଷିତ୍‌, ମାନସ କର, ବୈଦ୍ୟନାଥ ଆଚାର୍ଯ୍ୟ, ପୁଣ୍ୟଶ୍ଳୋକ ନନ୍ଦ ଓ ପ୍ରଦୀପ ଚକ୍ରବର୍ତ୍ତୀ ଆଦି ସଭ୍ୟଗଣ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପରିଶେଷରେ ଗୌରସାଧନ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ