ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ବିଶ୍ଵ ଏଡ୍ସ ଦିବସ ପାଳିତ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ତାରିଣୀ ପଲ୍ଲୀ ଗ୍ରାମର କୋଠଘର ପ୍ରାଙ୍ଗଣରେ ବ୍ଲକର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ୟୁଥ୍ ଫର୍ ଭିଲେଜ୍ ଓ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ମିଳିତ ପକ୍ଷରୁ ବିଶ୍ଵ ଏଡ୍ସ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଅବସରରେ ପୋଇରାସି ଗ୍ରାମ ପଞ୍ଚାୟତ ଅଧୀନ ତାରିଣୀ ପଲ୍ଲୀ ଗ୍ରାମ କୋଠଘର ପ୍ରାଙ୍ଗଣରେ ଏକ ଗୋଷ୍ଠୀ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସମନ୍ୱିତ ପରୀକ୍ଷା ଓ ପରାମର୍ଶ କେନ୍ଦ୍ର ପରାମର୍ଶ ଦାତା ଶ୍ରୀ ସାନୂଜ କୁମାର ପଟ୍ଟନାୟକ ମୁଖ୍ୟବକ୍ତା ରୂପେ ଯୋଗଦେଇ ଏଡ୍ସ ନିରାକରଣ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ସଂକ୍ରମିତ ରୋଗୀଙ୍କୁ କିପରି ଘୃଣା ନକରି ସହଯୋଗ ଓ ସହାନୁଭୂତି ଦେଇ ସମାଜରେ ଚଳିବା ଆବଶ୍ୟକ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ଏଥି ସହ ଟୋଲ ଫ୍ରି ନମ୍ୱର୍ ୧୦୯୭ ଓ ସରକାରଙ୍କ ତରଫରୁ ଉପଲବ୍ଧ ସୁବିଧା ଉପରେ ସଚେତନତା ସୃଷ୍ଟି କରିଥିଲେ। ଆଶା କର୍ମୀ ଶ୍ରୀମତୀ ଲିଲି ଗୌଡ଼ ଯକ୍ଷ୍ମା ରୋଗ ବିଷୟରେ ସଚେତନତା କରିଥିବା ବେଳେ ସି ଆର ପି ଶ୍ରୀମତୀ ଆର୍ ଗୀତାଞ୍ଜଳି ରେଡ୍ଡୀ ସ୍ବାସ୍ଥ୍ୟ ଯତ୍ନ ପ୍ରସଙ୍ଗରେ ମତ ଦେଇଥିଲେ।ଆୟୋଜିତ ସଭାରେ ୟୁଥ୍ ଫର୍ ଭିଲେଜ୍ ପ୍ରତିଷ୍ଠାତା ଡି ଦେବହରି ରେଡ୍ଡୀ, ଗ୍ରାମ ସଭାପତି ଶ୍ରୀ ଚୈତନ୍ୟ ରେଡ୍ଡୀ, ଅନୁଷ୍ଠାନ ସଭାପତି କୈଳାଶ ସେଠୀ, ସହ ସମ୍ପାଦକ ବିରଞ୍ଚି ନାହାକ, ନୀଳାଚଳ ସେଠୀ,ଦୀପକ ଗୌଡ଼, ଡି ପୂର୍ଣ୍ଣବାସୀ, ୟୁ ଯମୁନା, ଝୁନୁ ମହାପାତ୍ର, ରୁନୁ ସାହୁ, ଆର୍ କମଳା, ପି ଭାଗ୍ୟ, ପି ଡମ୍ବୁରୁ,ମାନସ ମହାରଣା, ପ୍ରଜିତା ମହାପାତ୍ର, ୟୁ ଦ୍ରୋପତି, ନମିତା ମହାପାତ୍ର ଓ ଶିକ୍ଷାବିତ୍ ରବୀନ୍ଦ୍ର ଗୌଡ଼ଙ୍କ ସମେତ ଅନେକ ମହିଳା ଉପସ୍ଥିତ ଥିଲେ।ନେହେରୁ ଯୁବ କେନ୍ଦ୍ର ପୂର୍ବତନ ସ୍ବେଚ୍ଛାସେବୀ ଦୀପକ କୁମାର ସାହୁ ସ୍ବାଗତ ଓ ସମ୍ପାଦକ ସୁନିଲ ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ।


