ତିନିଦିନ ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ବୈତରଣୀ ଆନିକଟ ନିକଟ ଜଳସମ୍ପଦ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣା ପ୍ରତ୍ୟାହୃତ ହୋଇଛି। ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ସମ୍ପାଦକ ଅକ୍ଷୟ ତ୍ରିପାଠୀ ଙ୍କ ନେତୃତ୍ବରେ ପାଂଚ ଦଫା ଦାବି ନେଇ ତିନିଦିନ ହେବ ଧାରଣା ଆରମ୍ଭ ହୋଇଥିଵା ବେଳେ ଏଥିରେ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ। ଜନସାଧାରଣ ଙ୍କ ଵୃହତର ସ୍ଵାର୍ଥ ଦୃଷ୍ଟିରୁ ଧାରଣାକୁ ନୈତିକ ସମର୍ଥନ ଜଣାଇ ଆଜି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟନାୟକ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସେଠାରେ ଉପସ୍ଥିତ ଥିବା ଜଳସମ୍ପଦ ବିଭାଗ ଅଧିକାରୀ ମାନଙ୍କ ସହିତ ଶ୍ରୀ ପଟ୍ଟନାୟକ ଦାଵୀ ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହିତ ଜଳସମ୍ପଦ ବିଭାଗ ସଚିବ ଅନୁ ଗର୍ଗ ଓ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ଙ୍କ ସହିତ ମଧ୍ୟ ଶ୍ରୀ ପଟ୍ଟନାୟକ ଫୋନ୍ ଯୋଗେ କଥା ହୋଇଥିଲେ। ବିଭାଗୀୟ ମୁଖ୍ୟ ସଚିବ ଦାଵୀ ସମ୍ପର୍କରେ ଆଲୋଚନା ପାଇଁଁ ଧାରଣାରତ ନେତୃତ୍ବ ମାନଙ୍କୁ ଭୁବନେଶ୍ୱର ଡାକିଥିଵା ବେଳେ ଯଥା ଶୀଘ୍ର ସମସ୍ୟାର ସମାଧାନ ପାଇଁଁ ପ୍ରତିଶ୍ରୁତି ଦେଇଥିବା ରୁ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି। ତିନି ଦିନ ଧରି ଚାଲିଥିବା ଧାରଣାରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବ୍ଲକ ସଭାପତି ରଜନୀ କାନ୍ତ ଚନ୍ଦ, ବରିଷ୍ଠ ନେତା ଗୋଲକ ଚନ୍ଦ୍ର ବେହେରା, ନାରାୟଣ ଚନ୍ଦ୍ର ବେହେରା ପ୍ରମୁଖ ସାମିଲ ହୋଇଥିଲେ।ଏହାଛଡା ମାଳଦା, ରହଣିଆ ଷୋଳମପୁର,କୋରିଗା,ବାଲିପୋଖରୀ,ନପଗ ସମେତ ଅନ୍ୟାନ୍ୟ ପଂଚାୟତର ଜନସାଧାରଣ ଏଥିରେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ