ହାତ ଛାଡି ଶଙ୍ଖ ଧରିଲେ ଶତାଧିକ କଂଗ୍ରେସ କର୍ମୀ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜ଼ିଲ୍ଲା ମୋହନା ବ୍ଲକ ରାଇପଙ୍କl ପଂଚାୟତର ମlନ୍ଦ୍ରlବାଜୁ ଗ୍ରାମର ୫୦୦ ରୁ ଉର୍ଦ୍ଧ ଗ୍ରାମବାସୀ କଂଗ୍ରେସ ଛାଡି ବିଜେଡି ସାମିଲ ହୋଇଛନ୍ତି l ରାଇପଙ୍କl ସରପଞ୍ଚ ରାଇଲ ମାଝୀଙ୍କ ନେତୃତ୍ୱରେ ମାନ୍ଦ୍ରାବlଜୁ ଗ୍ରାମର ୧୮୦ ରୁ ଉର୍ଦ୍ଧ ପରିବାରର ୫୦୦ ଲୋକ ବିଜେଡି ସାମିଲ ହୋଇଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ସାମିଲ ହୋଇଥିବା ପ୍ରକାଶ କରିଛନ୍ତି l ଏହା ସହ ଅଂଚଳର ସାମଗ୍ରୀକ ବିକାଶ ହେବ ବୋଲି ଆଶା ରଖିଛନ୍ତି ଏପରିକି ରାଜ୍ୟ ରେ ବିଜେଡି ସରକାର ଓ କେନ୍ଦ୍ର ରେ ବିଜେପି ସରକାର ରହିଛି କଂଗ୍ରେସ ର କିଛି ନାହିଁ ତେଣୁ କଂଗ୍ରେସ ଛାଡିବାକୁ ବାଧ୍ୟ୍ୟ ହେଇଥିବା କହିଛନ୍ତି ଗ୍ରାମ ମୁଖ୍ୟ l ଏହି କାର୍ଯ୍ୟକ୍ରମରେ ବିଜେଡି ଜ଼ିଲ୍ଲା ସଭାପତି ଜଗବନ୍ଧୁ ଦାସ, ପର୍ଯ୍ୟବେକ୍ଷକ ପୃଥିବୀରାଜ ସାହୁ, ଜ଼ିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ, ଜ଼ିଲ୍ଲା ଯୁବ ସଭାପତି ଏସ. ଲିଙ୍ଗରାଜୁ, ବ୍ଲକ ଅଦକ୍ଷ ରଞ୍ଜୀବ ଶବର, ହାଡ଼ିଆ କନ୍ଧ, ବିଳାସ ନାୟକ ଙ୍କ ସମେତ ବହୁ ବିଜେଡି କର୍ମୀ ସାମିଲ ହୋଇଥିଲେ ଗ୍ରାମ ବାସୀ ଗ୍ରାମ ନିକଟ ରୁ ଅତିଥି ଙ୍କୁ ବାଜା ବଜେଇ ସ୍ୱାଗତ କରି ନେଇ ମଂଚାସୀନ କରି ପୁଷ୍ପ ଗଛ ପ୍ରଦାନ କରିଥିଲେ କାର୍ଯ୍ୟକ୍ରମ କୁ ପରିଚଳନା କରିଥିଲେ ଇନ୍ଦ୍ର ମାଝୀ କାର୍ଯ୍ୟକ୍ରମ ଶେଷ ରେ ରାଧା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ


