କାଶୀନଗର ବିଜୟାନନ୍ଦ ହାଇସ୍କୁଲର ବାର୍ଷିକ ଉତ୍ସବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡା ଗ୍ରାମପଞ୍ଚାୟତରେ ଥିବା ବିଜୟାନନ୍ଦ ହାଇସ୍କୁଲର ୨୮ତମ ବାର୍ଷିକ ଉତ୍ସବ ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ବେଳେ ସ୍ଥାନୀୟ ବିଡ଼ିଓ ଅନୁପ କୁମାର ପଣ୍ଡା, ଅତିରିକ୍ତ ସହକାରୀ ଯନ୍ତ୍ରୀ ନାରାୟଣ ପଢି ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ. କାର୍ଯ୍ୟକ୍ରମ ଆରମ୍ଭରେ ଉପସ୍ଥିତ ଅତିଥିଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ପ୍ରକାଶ ଶତପଥୀ ବାର୍ଷିକ ବିବରଣୀ ପ୍ରଦାନ କରି ବିଗତ ଦଶ ବର୍ଷ ହେଲା ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଆପ୍ରାଣ ଉଦ୍ୟମ ତଥା ଶୈକ୍ଷିକାତା ଦେବା ଶୈଳୀ ଉଚ୍ଚ କୋଟିର ହୋଇଥିବାରୁ ମାଟ୍ରିକ ପରୀକ୍ଷାରେ ଶତ ପ୍ରତିଶତ ରିଜଲ୍ଟ ଆସୁଛି ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ତରଫରୁ ଏକ ମାନ ପତ୍ର ମିଳିଥିବା ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୃଷ୍ଟି ଏହି ବିଦ୍ୟାଳୟ ଉପରେ ଥିବା ନିଜ ବକ୍ତବ୍ୟରେ କହିଥିଲେ. ପରେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଇ.ଏ.ଥୋମାସ ବିଦ୍ୟାଳୟ ୧୯୯୪ ମସିହାରୁ କିପରି ବହୁ ସମସ୍ୟା ଦେଇ ଗତି କରୁଥିଲା ସେ ବିଷୟରେ ଉପସ୍ଥିତ ଥିବା ସମସ୍ତ ଅତିଥି ଓ ସ୍ଥାନୀୟ ଗ୍ରାମବାସୀଙ୍କୁ ଅବଗତ କରି ଗୋଟେ ଛୋଟ ଘରୁ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟର ସ୍ଥିତି ବର୍ତମାନ ଯେଉଁ ସ୍ଥାନରେ ପହଁଚି ପାରିଛି ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ସହ ଧନ୍ୟବାଦ ପ୍ରଦାନ କରିଥିଲେ . ସ୍ଥିନୀୟ ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓ ଉପସ୍ଥିତ ଥିବା ଛାତ୍ର ଛାତ୍ରୀଙ୍କୁ ବର୍ତମାନ ଏହି ବିଦ୍ୟାଳୟ ଫାଇବ ଟି ରେ ରୂପାନ୍ତରିତ ହେବା ପରେ ବିଦ୍ୟାର୍ଥୀ ମାନେ ପାଠ ପଢିବା ପାଇଁ ସବୁ ଅନୁସଙ୍ଗିକ ବ୍ୟବସ୍ଥା କରାଯଇଛି ସେମାନେ ଏହାର ପ୍ରକୃତ ଲାଭ ଉଠାଇ ବିଦ୍ୟାଳୟର ନାମକୁ ଆହୁରି ଆଗକୁ ବଢାଇବା ସହ ଏହି ବିଦ୍ୟାଳୟ ଦୀର୍ଘ ଦଶ ବର୍ଷ ହେଲା ଶତ ପ୍ରତିଶତ ରିଜଲ୍ଟ ଆସୁଥିବାରୁ ଏହା ବିଦ୍ୟାଳୟର ସୁନାମକୁ ଆହୁରି ବଢ଼େଇ ଥିବା ପ୍ରକାଶ କରିଥିଲେ.ଏହି ବାର୍ଷିକ କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା ସଦସ୍ୟଙ୍କ ଉପସ୍ଥିତିରେ ଛାତ୍ର ଛତ୍ରୀଙ୍କ ଦ୍ୱାରା ବ୍ୟବସ୍ଥା କରଯାଇଥିବା ସଂସ୍କୃତିକ ନୃତ୍ୟ ସହ ଆଧୁନିକ ନୃତ୍ୟ କାର୍ଯ୍ୟକ୍ରମକୁ ଆହୁରି ଆଡମ୍ବର ପୂର୍ଣ୍ଣ କରାଇପାରିଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ