ଶାନ୍ତ ଭୂପତିଙ୍କ ଉତ୍କୃଷ୍ଟ ସେବା ପାଇଁ ପୋଲିସ ଡିଜିଙ୍କ ଡିସ୍କ ଓ ପ୍ରଂଶସା ପତ୍ର ପ୍ରଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଆଦର୍ଶ ଥାନାର ଆଇ:ଆଇ:ସି ପ୍ରଶାନ୍ତ ଭୂପତିଙ୍କୁ ପୋଲିସ ଡିଜି ତଥା ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଠାରୁ ତାଙ୍କର କର୍ମମୟ ସମୟରେ ନିଜର ଉତ୍କୃଷ୍ଟ ସେବା ପାଇଁ ତାଙ୍କୁ ପୋଲିସ ଡିଜିଙ୍କ ପ୍ରଶଂସା ପତ୍ର ସମେତ ୨୦୨୫-୨୬ ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଡିସ୍କ ସମ୍ମାନ ପ୍ରଦାନ କରାଯାଇଛି । ଗତ ୧୨ ତାରିଖ ଦିନ ଭୁବନେଶ୍ବର ସ୍ଥିତ ପୋଲିସ ଭବନ ଠାରେ ଅନୁଷ୍ଠିତ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବ ସମାରୋହରେ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଆଇଆଇସି ପ୍ରଶାନ୍ତ ଭୂପତିଙ୍କୁ ତାଙ୍କର ସେବା, କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି ପଦକ ଓ ପ୍ରଶଂସା ପତ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି । ପାରଳା ଆଇ:ଆଇ:ସି ଶ୍ରୀ ଭୂପତି ଏହି ପ୍ରଶଂସନୀୟ ସମ୍ମାନ ପାଇବା ପରେ ସମଗ୍ର ପାରଳା ସହରରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି । ବୁଦ୍ଧିଜୀବୀ, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧିଗଣ ଓ ସାଧାରଣ ଜନତାଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଛୁଟିଚାଲିଛି ଶୁଭେଚ୍ଛାର ସ୍ରୋତ ।


