କଳାହାଣ୍ଡି ଲୋକସଭା ନିର୍ବାଚନରେ ସାଂସଦ ପ୍ରାର୍ଥୀ ଭାବେ ମନୋନୟନ ପ୍ରସ୍ତାବ ଗୃହିତ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜ ବିହାର ଭବାନୀପାଟଣାଠାରେ ଅପରାହ୍ନ ୪ଟାରେ ଆଇନଜୀବି ତଥା ଅଧିବକ୍ତା ପରିଷଦ କଳାହାଣ୍ଡି ଉପସଭାପତି, ପ୍ରଦୀପ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏକ ବୁଦ୍ଧିଜୀବି ସମ୍ମିଳନୀ ଅନଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସଂକଲ୍ପ ୨୦୨୪ ସମିତି କଳାହାଣ୍ଡି ତରଫରୁ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ପ୍ରଗତି ଆମର ସ୍ୱପ୍ନ ଶିର୍ଷକୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଲୋଚନାର ବରିଷ୍ଠ ଆଇନ ଜୀବି ଜଗନ୍ନାଥ ମୁଣ୍ଡ, ଗାୟତ୍ରୀ ପରିବାର ପୁରଧା ଧବଲେଶ୍ୱର ଠାକୁର, ସିଟିଜେନ୍ ଫୋରମ୍‌ରୁ ସୁଧାଂଶୁ ନେଗୀ, କଳାହାଣ୍ଡି ଲେଖକ କାଳାପରିଷଦରୁ ପ୍ରଭାଷ ଚନ୍ଦ୍ର ମିଶ୍ର, ଡିଭାଇନ ଲାଇଫ ତରଫରୁ ଜଗଦିଶ ଚନ୍ଦ୍ର ପଣ୍ଡା, ମୁସଲିମ୍ ସଂପ୍ରଦାୟରୁ ଅବସରପ୍ରାପ୍ତ ଓ.ଏଫ.ଏସ୍ ଅଧିକାରୀ ମହମ୍ମଦ ବୁରାନ, ସଂଖ୍ୟା ଲଘୁ ସଂପ୍ରଦାୟ ତରଫରୁ ପତବନ୍ତ ସିଂ, ବିଶ୍ୱହିନ୍ଦୁ ପରିଷଦରୁ ଶାନ୍ତନୁ ମୁଣ୍ଡ, ମାଳି ସମାଜରୁ ନକୁଲ ନାଏକ, ବଜରଙ୍ଗ ଦଳରୁ ସେବକ ରାମ ସାହୁ, ଆର୍ଟ ଅଫ ଲିଭିଙ୍ଗ୍‌ରୁ ଡ.ଜଳନ୍ଧର ମେହେର, ଅଧିବକ୍ତା ପରିଷଦ କଳାହାଣ୍ଡି ସାଧାରଣ ସଂପାଦକ ଅଶୋକ କୁମାର ପଟ୍ଟନାୟକ, ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘରୁ ଗଙ୍ଗାଧର ଭେସରା, ବରିଷ୍ଠ ନାଗରିକ ସଂଘରୁ ସୁନୀଲ କୁମାର ବେହେରା, ବ୍ରାହ୍ମଣ ସମାଜରୁ ଭଗବତ ପ୍ରସାଦ ମହାପାତ୍ର, ଯାଦବ ସମାଜରୁ ପଦ୍ମ ମହାକୁଡ, ପ୍ରଗତି ମହାବିଦ୍ୟାଳୟର ନିର୍ଦ୍ଦେଶକ ଅଜୟ କୁମାର ପଣ୍ଡା, ଶାସ୍ତ୍ରୀଜି ଶିକ୍ଷା ଅନୁଷ୍ଠାନର ନିର୍ଦ୍ଦେଶକ କଳ୍ପେ ପୁରୋହିତ, ପତଜଂଳୀ ଯୋଗରୁ ଅଶୋକ କୁମାର ମୁଣ୍ଡ ପ୍ରମୁଖ ଯୋଗଦାନ କରି କଳାହାଣ୍ଡିର ଉନ୍ନତି ପାଇଁ ଅନେକ ପ୍ରସ୍ତାବ ଆଗତ କରିଥିଲେ । ଆଲୋଚନା ଚକ୍ରରେ ଶତାଧିକ ସଦସ୍ୟ ଉପସ୍ଥିତ ରହି ସର୍ବସମ୍ମୋତି କ୍ରମେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଭବେନ୍ଦ୍ର କୁମାର ପଣ୍ଡାଙ୍କୁ ଆଗମୀ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିରୁ ଲୋକସଭା ପ୍ରାର୍ଥୀ ପାଇଁ ପ୍ରସ୍ତାବ ପାରତି ହୋଇଥିବା ଜଣା ପଡୁଛି । ଶ୍ରୀ ଯୁକ୍ତ ପଣ୍ଡା ଜଣେ ଅମାଇକ, ସୁସଂଙ୍ଗଠକ, ନିସ୍ୱାର୍ଥପର ସମାଜ ସେବୀ ଭାବରେ ଉପସ୍ଥିତ ଥିବା ସଦସ୍ୟମାନେ ଦର୍ଶାଇଥିବା ଉଲ୍ଲେଖ ହୋଇଛି । ଆଲୋଚନା ଚକ୍ରକୁ ସମିତି ସକ୍ରିୟ ସଦସ୍ୟ ବିଜୟ କୁମାର ପାତ୍ର, ସନ୍ତୋଷ କୁମାର ଦାଶ, ସେବକ ସାହୁ, ସେବାନନ୍ଦ ପାଢୀ, କୃଷ୍ଣମୋହନ ଯୋଶୀ, ନବକିଶୋର ପଣ୍ଡା, ରବି ଯୋଶୀ, ଚିତ୍ତ ପାଣିଗ୍ରାହୀ, ଭାଗିରଥି ଯୋଶୀ ଓ ଆଇନଜୀବି ପ୍ରତାପ ପ୍ରଧାନ, ପ୍ରଦୀପ ପାତ୍ର, ବିଷ୍ଣୁ ଅଗ୍ରୱାଲ, ଶୈଲେଶ ବେହେରା, ସୌମେନ୍ଦ୍ର ଚାନ୍ଦ, ଶୈଲେଶ ପରିଡା ଓ ସଂଜୀବ ଯୋଶୀ ପ୍ରମୁଖ ପରିଚାଳନା କରିଥିଲେ । ଶ୍ରୀଯୁକ୍ତ ପଣ୍ଡାଙ୍କୁ ଉପସ୍ଥିତ ସଦସ୍ୟମାନେ ପୁଷ୍ପମାଳ୍ୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଓ ଆର୍ଶିବାଦ ଦେଇଥିବା ଜଣାପଡିଛି । ପରିଶେଷରେ ସମିତିର ସକ୍ରିୟ ସଦସ୍ୟ ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ