ଶ୍ରୀକ୍ରୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧକ୍ଷଙ୍କ ଦାବି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟକୁ ପୂର୍ବତନ ଶାସନ ସଚିବ ତଥା ଓଡିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧକ୍ଷ ବିଜୟ ପଟ୍ଟନାୟକ ପରିଦର୍ଶନ କରିଛନ୍ତି. ବହୁ ପୁରାତନ ଐତିହାସିକ ଏହି ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ମାନ୍ୟତାପ୍ରାପ୍ତ ପାଇଁ ସମସ୍ତ ଯୋଗ୍ୟତା ରହିଛି. ତେଣୁ ଏହି ମହାବିଦ୍ୟାଳୟକୁ ଅତି ତୁରନ୍ତ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଉ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି. ଏଠାରେ ସୂଚନାଯୋଗ୍ୟଯେ,୧୮୯୬ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଐତିହାସିକ ପୂରାତନ ମହାବିଦ୍ୟାଳୟ ଏହା ହେଉଛି ଓଡ଼ିଶାର ଏକ ପୂରାତନ ଶିକ୍ଷା ଅନୁଷ୍ଠାନ ରୂପେ ପରିଚିତ। ଏହି ମହାବିଦ୍ୟାଳୟ ରେ ୧୩ଗୋଟି ସ୍ନାତକୋତ୍ତର ଏବଂ ୧୫ ଟି ସ୍ନାତକ ବିଭାଗ ସହ ଏକ ବିଶ୍ୱବିଦ୍ୟାଳୟରେ ପରିଣତ ହେବାପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିଅଛି। ବିଭିନ୍ନ ମହଲରୁ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟରେ ପରିଣତ କରିବାକୁ ଅନେକ ଦିନରୁ ଦାବି ହୋଇଆସୁଛି। ତେଣୁ ଏହି ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟରେ ପରିଣତ କରିବା ପାଇଁ କିପରି ବ୍ୟବସ୍ଥା ହୋଇପାରିବ ସେହି ପ୍ରସଙ୍ଗରେ ସହ ଅଧକ୍ଷ ଶ୍ରୀଯୁକ୍ତ ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ସହ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ ଆଲୋଚନା କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଓ ସୁବିଧା ଅସୁବିଧା ବିଷୟରେ ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରି ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ କୁ ବିଶ୍ଵବିଦ୍ୟାଳୟରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ।


