ଗଜପତି ଉତ୍ସବ -୨୦୨୩’ ତୃତୀୟ ’ରଜନୀରେ ପାରଳା ମାଟି’ର ୪ ଜଣ କୃତୀ ସନ୍ତାନ ଅତିଥି ଭାବେ ଯୋଗ ଦେବେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ-ଗଜପତି ଷ୍ଟାଡିୟମ୍ ଠାରେ ଚଳିତ ଡିସେମ୍ବର ମାସ’ର ଆସନ୍ତା ୧୯ ତାରିଖ’ରୁ ୨୩ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଜିଲ୍ଲାସ୍ତରୀୟ ଗଜପତି ମହୋତ୍ସବ -୨୦୨୩ କାର୍ଯ୍ୟକ୍ରମ ମହା ସମାରୋହ’ରେ ଅନୁଷ୍ଠିତ ହେବାକୁ ଯାଉଛି।ଏହି ଅବସର’ରେ ମହୋତ୍ସବ କାର୍ଯ୍ୟକ୍ରମ’ର ତୃତୀୟ ଦିବସ ସନ୍ଧ୍ୟାରେ ଗଜପତି ଜିଲ୍ଲା’ର ବିଶିଷ୍ଟ ଶିକ୍ଷାବିତ୍ , ସାହିତ୍ୟିକ ଏବଂ ଅନନ୍ୟ କୌଶଳ ଦକ୍ଷତା ସମ୍ପନ୍ନ ବ୍ୟକ୍ତିବିଶେଷ ଯୋଗଦାନ କରିବେ।ଏହି ଅବସର’ରେ ଗଜପତି ଉତ୍ସବ ଅଭ୍ଯର୍ଥନା କମିଟି’ର ଅଧ୍ୟକ୍ଷା ତଥା ପାରଳା ପୌର ପରିଷଦ’ର ଅଧ୍ୟକ୍ଷା ନିର୍ମଳା ସେଠୀ’ଙ୍କ ଅଧ୍ୟକ୍ଷତା’ରେ ଅନୁଷ୍ଠିତ ଏକ ଅତିଥି ଚୟନ କାର୍ଯ୍ୟକ୍ରମ’ରେ ଏହି ପାରଳା ତଥା ଗଜପତି ମାଟି’ର ରାଜ୍ୟ ତଥା ଦେଶ-ବିଦେଶ’ରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ’ଙ୍କୁ ସର୍ବସମ୍ମତି କ୍ରମେ ଜିଲ୍ଲା ସ୍ତରୀୟ ଗଜପତି ମହୋତ୍ସବ କାର୍ଯ୍ୟକ୍ରମ’ରେ ଅତିଥି ଭାବେ ଯୋଗ ଦେବା ନିମନ୍ତେ ସଂପୃକ୍ତ କମିଟି ପକ୍ଷ’ରୁ ଅନୁମୋଦନ କରାଯାଇଛି।ସେମାନଙ୍କ ମଧ୍ୟରେ ରହିଛନ୍ତି:- ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ’ର କୁଳପତି ପ୍ରଫେସର ଡ଼ଃ ଏନ୍. ନାଗରାଜୁ , ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ମାନିତ ପ୍ରଫେସର ବିପିନ୍ ନାଏକ , ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତର’ରେ ବ୍ରହ୍ମପୁର ସରକାରୀ ଆଇଟିଆଇ:’କୁ ଉଚ୍ଚ-ସମ୍ମାନ’ର ଅନୁଷ୍ଠାନ ଭାବେ କୃତିତ୍ୱ ହାସଲ କରାଇଥିବା ଏହି ଶିଳ୍ପ ତାଲିମ ଅନୁଷ୍ଠାନ’ର ଅଧ୍ୟକ୍ଷ ଡ଼ଃ ରଜତ କୁମାର ପାଣିଗ୍ରାହୀ ଏବଂ ମହେନ୍ଦ୍ରଗିରି’କୁ ଜୈବ ମଣ୍ଡଳ’ରେ ସ୍ଥାନ ଦେଇଥିବା ଦୀର୍ଘ ଅନୁଭୂତି ସଂପନ୍ନ ବୈଜ୍ଞାନିକ ଡଃ ନିହାର ନାଏକ ପ୍ରମୁଖ ଗଜପତି ମହୋତ୍ସବ’ର ତୃତୀୟ ରଜନୀ ତଥା ୨୧ ତାରିଖ ସନ୍ଧ୍ୟାରେ ଅତିଥି ରୂପେ ଯୋଗଦାନ କରିବେ।ଅଭ୍ୟର୍ଥନା କମିଟି’ର ଏହି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ’ରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଭାଗବତ ପାଢୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ’ଙ୍କ ପ୍ରତିନିଧି ଶ୍ରୀ ସୁରେନ୍ଦ୍ର ପାତ୍ର’ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଏହା’କୁ ଉପ-ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ଅନୁମୋଦନ କରିବା ସହ ଜିଲ୍ଲାପାଳ ତଥା ଗଜପତି ମହୋତ୍ସବ’ର ଅଧ୍ୟକ୍ଷ’ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ’ଙ୍କ ଦ୍ୱାରା ଅନୁମୋଦିତ ହୋଇ ଯାଇଥିବା କମିଟି ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ଜଣାଯାଇଛି ।।ଏଭଳି ବିରଳ ବ୍ୟକ୍ତିତ୍ୱ ମାନଙ୍କୁ ମହୋତ୍ସବ କାର୍ଯ୍ୟକ୍ରମ’ରେ ଅତିଥି ଭାବେ ପାଇ ଗଜପତି ଜିଲ୍ଲା ଧନ୍ୟ ମନେ କରୁଛି। ସଂପୃକ୍ତ ଅତିଥି ମାନେ ସେମାନଙ୍କ ଅନୁଭୂତି ଐତିହ୍ୟ ସଂପନ୍ନ ପାରଳା ମାଟି ତଥା ଆଗାମୀ ପିଢୀକୁ ଏହା ନିଶ୍ଚିତ ଭାବେ ଏକ ଉପାଦେୟ ପ୍ରେରଣା ଯୋଗାଇବ ବୋଲି ବିଭିନ୍ନ ମହଲ’ରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ