ମୋଦି ସରକାରଙ୍କ ଗ୍ୟାରେଣ୍ଟି ଆମ “ସଂକଳ୍ପ ବିକଶିତ ଭାରତ” ରଥ ଗୁଡ଼ୁ ଓ ରଣସାହି ଗ୍ରାମପଞ୍ଚାୟତରେ ପରିକ୍ରମା
ବାଲେଶ୍ୱର, (ସରୋଜ ପଣ୍ଡା):ଶନିବାର ଦିନ ହିଡିଗାଁ ଗ୍ରାମପଞ୍ଚାୟତରେ ମୋଦି ସରକାରଙ୍କ ଗ୍ୟାରେଣ୍ଟି “ଆମ ସଂକଳ୍ପ ବିକଶିତ ଭାରତ “ରଥ ପରିକ୍ରମା କରିଥିଲା l ଏହି ପଞ୍ଚାୟତରେ ରଥ ପରିକ୍ରମା ସମୟରେ ସ୍ଥାନୀୟ କୀର୍ତ୍ତନିୟା ଦଳ ହରିନାମ ଜପ କରି ରଥକୁ ବାଟ କଢାଇ ନେଇଥିଲେ l LED ସ୍କ୍ରିନ ଦ୍ୱାରା ମୋଦି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଲୋକମାନଙ୍କୁ ପ୍ରଦର୍ଶନ କରାଯାଇଥିଲା l ପଞ୍ଚାୟତର ଲୋକମାନେ ମୋଦି ସରକାରଙ୍କ ଯେଉଁ ଯେଉଁ ଯୋଜନା ପାଇଛନ୍ତି, ତାର ସୁଚି କରିବା ଏବଂ ଯେଉଁ ମାନେ ଏହିସବୁ ଯୋଜନାରୁ ବଞ୍ଚିତ ହେଇଛନ୍ତି, ତାଙ୍କର ପଞ୍ଜିକରଣ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପଠାଇବା ତଥା ସରକାରଙ୍କ ପ୍ରତ୍ୟେକ ଯୋଜନାରୁ ଲାଭ ପାଇବା ପାଇଁ ଜନସାଧରଣଙ୍କୁ ସଚେତନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ସ୍ଥଳରେ,ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଢଙ୍ଗୀ, ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ସାଧରଣ ସମ୍ପାଦକ ପର୍ଶୁରାମ ପରିଡ଼ା,ରେମୁଣାର ନେତା ତଥା ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମାହାନ୍ତି, ଭଦ୍ରକ ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠି,ଗୁଡ଼ୁ ସରପଞ୍ଚ କୋମଳିନୀ ପାତ୍ର , ମଣ୍ଡଳ ସଭାପତି ଭୋଳାନାଥ ପାତ୍ର,ଲମ୍ବୋଦର ପ୍ରଧାନ,ଜିଲ୍ଲା ଯୁବ ମୋର୍ଚା ଉପସଭାପତି ନାରାୟଣ ମହନ୍ତ,ଶ୍ୟାମସୁନ୍ଦର ମଲ୍ଲିକ ଏବଂ ସଦର BDO ମହୋଦୟ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ବିଷୟରେ ଉପସ୍ଥିତ ଲୋକ ମାନଙ୍କୁ ସଚେତନ କରିବା ସହ ସ୍କୁଲରେ ଭଲ ପାଠ ପଢୁଥିବା ପିଲା,କେନ୍ଦ୍ର ସରକାରଙ୍କ ଯୋଜନାରେ ଲାଭ ଉଠାଇଥିବା ବ୍ୟକ୍ତି ତଥା ସମାଜ ପାଇଁ କାମ କରୁଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ l କେନ୍ଦ୍ର ଅଧୀନରେ ଥିବା ବିଭିନ୍ନ ସଂସ୍ଥା ଯଥା LPG, ନାବାର୍ଡ, ବିଭିନ୍ନ ରାଷ୍ଟ୍ରୟତ୍ତ ବ୍ୟାଙ୍କ ର କର୍ମଚାରି ମାନେ ଉପସ୍ଥିତ ହୋଇ ଲୋକମାନଙ୍କୁ ସଚେତନ କରାଇଥିଲେ l ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ସହ ଅଙ୍ଗନ ବାଡ଼ି ଦିଦି, ଆଶାଦିଦି, ସ୍ୱୟଂସାହାୟିକା ଗୋଷ୍ଠୀର ମହିଳାମାନେ, ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ, ଚାଷୀ ଓ ଉଜ୍ଜଳା ଦିଦି ମାନେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ l କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ଥିବା ହିତାଧିକାରୀ ମାନଙ୍କୁ ଏହି ସଂକଳ୍ପ ଯାତ୍ରା ମାଧ୍ୟମରେ ଯୋଜନା ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ। ଦେଶର ପ୍ରତ୍ୟେକ ଅସହାୟ ବ୍ୟକ୍ତି ଯାହାଙ୍କ ପାଖରେ ଘର ନାହିଁ ତାଙ୍କୁ ପକ୍କା ଘର,ମା ମାନଙ୍କୁ ଉଜ୍ବଳା ଯୋଜନା ମାଧ୍ୟମରେ ରନ୍ଧନ ଗ୍ୟାସ, ସୁକନ୍ୟା ଯୋଜନା,ପ୍ରଧାନମନ୍ତ୍ରୀ ପେନସନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନବିମା ଯୋଜନା ଇତ୍ୟାଦି ଅନେକ ଯୋଜନାରେ ହିତାଧିକାରୀଙ୍କୁ ଭୁକ୍ତ କରାଯାଉଛି। ଅନ୍ୟ ମାନଙ୍କ ମଧ୍ୟରେ ଦୁଇଟି ପଞ୍ଚାୟତ ର ୱାର୍ଡ ସଭ୍ୟ/ସଭ୍ୟ ଉପସ୍ଥିତ ଥାଇ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସହାୟକ ହୋଇଥିଲେ l