ହାଇୱ। ଓଲଟି ଡ୍ରାଇଭର ମୃତ
ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ଝରଣ ପାହାଡ଼ ରେ ମୋରମ୍ ବୋଝେଇ କରି ଆସୁଥିବା ଏକ ହାଇୱ।ଗାଡ଼ି ଆଜି ସକାଳେ ଓଲଟି ଡ୍ରାଇଭର ମୃତ୍ୟୁ ହୋଇଛି।ମୃତ ଡ୍ରାଇଭର ଜଣଙ୍କ ପୁରୁଷୋତ୍ତମପୁର ବାସିନ୍ଦା ରାମକୃଷ୍ଣ ସାହୁ ଙ୍କ ପୁଅ ସଞ୍ଜୟ ସାହୁ (୩୧) ବୋଲି ଜଣାପଡିଛି। ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ଥାନା ଅଧିକାରୀ ସମିର କୁମାର ରାଉତ ସଦଳବଳେ ପହଞ୍ଚି ଶବ କୁ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ପଠାଇଥିଲେ। ସୂଚନା ଅନୁସାରେ ତ୍ରିପୁର ନାମକ ଏକ ହାଇୱ।ଗାଡ଼ି(ଓଡି ୦୭ ଏ ହେଚ୍ ୩୩୨୭) ରେ ସକାଳୁ ଝରଣ ପାହାଡ଼ ରୁ ବେଆଇନ ଭାବେ ମୋରମ ଚାଲାଣ କରୁଥିବା ବେଳେ ଭାରସାମ୍ୟ ହରାଇ ଗାଡ଼ି ଟି ମୋରମ ଖାଦାନରେ ଓଲଟି ପଡିଥିଲା। ଯାହା ଫଳରେ କି ଡ୍ରାଇଭର ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ଖବର ପାଇ ପରିବାର ବର୍ଗ ଙ୍କ ସମେତ ସାହିବାସିନ୍ଦା ମୋରମ ଖାଦାନରେ ପହଞ୍ଚି ଥିଲେ। କ୍ଷତିପୂରଣ ଦାବିରେ ଶବକୁ କିଛି ସମୟ ପକାଇ ରଖିଥିଲେ। ତ୍ରିପୁରା ମାଲିକ ୯୦ହଜାର ଟଙ୍କା କ୍ଷତିପୂରଣ ଦେବେ ବୋଲି ପ୍ରତିଶ୍ରୁତି ଦେବା ପରେ ଶବକୁ ଉଠାଇଥିଲେ। ପୁରୁଷୋତ୍ତମପୁର ଥାନା ରେ ୮୯୪/୨୩ରେ ଏକ ମାମଲା ରୁଜୁ ହୋଇଥିବା ତଦନ୍ତ ପୋଲିସ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି।ବେଆଇନ ମୋରମ ଚାଲାଣ ବାବଦରେ ସ୍ଥାନୀୟ ତହସିଲଦାର ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୈାଣସି ପ୍ରତିକ୍ରିୟା ମିଳିପାରିନଥିଲା। କୋଟି କୋଟି ଟଙ୍କା ର ରାଜସ୍ବ ହାନି କରି ଦୀର୍ଘ ଦିନ ଧରି ଝରଣ ପାହାଡ଼ ରୁ ବେଆଇନ୍ ଭାବେ ମୋରମ ଚାଲାଣ କିଭିଳି ତହସିଲ ପ୍ରଶାସନ ଜାଣି ପାରୁନାହିଁ ତାହା ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


