୫୮ କେଜି ଗଞ୍ଜେଇ ଗାଡି ଜବତ
ଯାଜପୁର , (ଯୁଗାବ୍ଦ ନ୍ୟୁଜ) : କିଛି ଦିନ ହେବ ବୈପାରୀଗୁଡା ପୋଲିସ ଗଞ୍ଜେଇ ମାଫିଆଙ୍କ ନିଦ ହଜାଇ ଦେଇଥିବା ବେଳେ ପୁଣି ଆଜି ଆଉ ଏକ ସଫଳତା ମିଳିଛି । ଆଜି ଅପରାହ୍ନ ୫.୩୦ ବେଳେ ବୈପାରୀଗୁଡା ଥାନାରୁ ମାତ୍ର ଦୁଇ କୋଲୋମିଟର ଦୁରୂରେ ୩୨୬ ନମ୍ବର ଜାତୀୟ ରାଜପଥର ଲଷ୍ମୀପୁର ଛକରେ ଗଞେଇ ଗାଡି ଧରାପଡିଥିବା ଜଣାପଡିଛି । ବୈପାରୀଗୁଡା ଏସ ଆଇ ରମେଶ ଚନ୍ଦ୍ର ଦେବତା ପୋଲିସ ଟିମକୁ ନେଇ ଚେକିଂଙ୍ଗ କରୁଥିବା ବେଳେ ଚିତ୍ରକୋଣ୍ଡାର କୋରକୁଣ୍ଡା ଠାରୁ ଦିଲ୍ଲୀ ଅଭିମୁଖେ ଅଭିନବ ଉପାୟରେ (ଡି.ଏଲ ୪ ଏଚ ୩୦୯୦) ନମ୍ବର ଏକ ହୋଣ୍ଡା ସିଟି କାରରେ ଗଞ୍ଜେଇ ଚୋରିଚାଲାଣ ହେଉଥିଲା ବୋଲି ଜଣାପଡିଛି । ଏଥିରେ ତିନିଜଣ ଯୁବକ ୩ଟି ପେକଟରେ ୫୮କେଜି ଗଞ୍ଜେଇ ନେଉଥିବା ଜଣାପଡିଛି । ୫୮ କେଜି ଜବତ ଗଞ୍ଜେଇର ମୂଲ୍ୟ ଆନୁମାନିକ ଏକ ଲକ୍ଷରୁ ଅଧିକ ବୋଲି ଜଣାପଡିଛି । ବୈପାରୀଗୁଡା ପୋଲିସ ଦ୍ୱାରା ଗିରଫ ଯୁବକ ମାନେ ଉତ୍ତରପ୍ରଦେଶର ରଜୁଦିନଙ୍କ ପୁଅ ମହମ୍ମଦ (୧୯) ଦିଲ୍ଲୀର ମହୁଦ ଆବୁବ ଯୁଗୀଗଙ୍କ ପୁଅ ମହୁଦ ଆବୁବ (୩୨) ଓ ନାନହାଙ୍କ ପୁଅ ସିଦ୍ଧିନ (୨୫) ବୋଲି ଥାନା ପକ୍ଷରୁ ସୂଚନା ମିଳିଛି । ବୈପାରୀଗୁଡା ତହସିଲଦାର ସଞ୍ଜବ କୁମାର ସାହୁଙ୍କ ଉପସ୍ଥିତରେ ଗଞ୍ଜେଇ ଓଜନ କରାଇଥିବା ବେଳେ ଏମାନଂକୁ ଆଜି ବୈପାରୀଗୁଡା ଥାନା କେସ ନମ୍ବର ୧୮୫/୨୦୧୯ ଅନୁଯାୟୀ କୋର୍ଟ ଚାଲାଣ କରି ଜୟପୁରକୁ ପଠାଇଥିବା ବୈପାରୀଗୁଡା ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି ।


