ପାରଳା ସହରାଞ୍ଚଳ ସମବାୟ ବ୍ୟାଙ୍କର ଗୋପାଳ ରାଓ ନିର୍ଦ୍ଦନ୍ଦରେ ସଭାପତି ଭାବେ ନିର୍ବାଚିତ ହେଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଥିବା ସମବାୟ ସହରଞ୍ଚଳ ବ୍ୟାଙ୍କ ଲି (ଅର୍ବାନ ବ୍ୟାଙ୍କ)ର ସଭାପତି ପଦବୀ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କର ୧୯ ତମ ସଭାପତି ଭାବେ ଘ. ଗୋପାଳ ରାଞ୍ଚ ନିର୍ବାଚିତ ହୋଇଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ସଭାପତି ପଦବୀ ନିମନ୍ତେ ଘ. ଗୋପାଳ ରାଓ ଏକମାତ୍ର ପାର୍ଥି ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେଣୁ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ପୂବା ସମବାୟ ବ୍ୟାଙ୍କ ସମୂହର ସହ ଉପନିବନ୍ଧକ ନାରାୟଣ ସେଠୀ ନିଦରେ ଶ୍ରୀ ରାଓ ଙ୍କୁ ସଭାପତି ନିର୍ବାଚିତ ହୋଇଥିବା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ ଯେ ଗତ ୩୦.୧୦, ୨୦୨୩ ତାରିଖରେସମବାୟ ସହରାଞ୍ଚଳ ବ୍ୟାନ ଲି (ଅର୍ବାନବ୍ୟାସ) ପାରଳାଖେମୁଣ୍ଡିର ସଭାପତି ଘ. ଶଙ୍କର ରାଓଙ୍କ ଅସୁସ୍ଥତା କାରଣରୁ ମୃତ୍ୟୁ ଘଟିଥିଲା । ଯାହା ଫଳରେ କି ସେ ନିର୍ବାଚିତ ହୋଇ ଥିବା ଜୋ ନ୍ ନଂ- ୫ ର ନିର୍ଦ୍ଦେଶକ ଓ ସଭାପତି ପଦବୀ ଖାଲି ପଡିଥିଲା ପ୍ରଥମେ ଜୋନ୍ ନଂ-୫ ର ନିର୍ଦ୍ଦେଶକ ପଦବୀ ନିମନ୍ତେ ନିର୍ବାଚନ ହୋଇଥିଲା ଏବଂ ସେଥୁରେ ଘ. ଗୋପାଳ ଗନ୍ଧ ନିଦରେ ନିର୍ବାଚିତ ହୋଇଥିଲେ। ଅନୁଷ୍ଠିତ ହୋଇଥିବା ସଭାପତି ପଦବୀ ନିମନ୍ତେ ଏକମାତ୍ର ପର୍ସି ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ସୁଧାରିବା ସକାଶେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ଗଣମାଧ୍ୟମକୁ ନବ ନିର୍ବାଚିତ ସଭାପତି ଘ. ଗୋପାଳ ରାଓ କହିଛନ୍ତି।


