କନ୍ୟା ରତ୍ନ ସମ୍ପର୍କିତ କର୍ମଶାଳା

ଛତ୍ରପୁର, : ଜିଲ୍ଲାପ୍ରଶାସନ ତରଫରୁ ଶିଶୁ ବିକାଶ ପ୍ରକଳ୍ପ ସମ୍ମିଳନୀ କକ୍ଷରେ ବ୍ଲକର ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ନେଇ ମୋ ଗେହ୍ଲା ଝିଅ, ନିର୍ଭୟ କଢି, ବେଟି ବଂଚାଅ ଓ ବେଟି ପଢାଓ କାର୍ଯ୍ୟକ୍ରମ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମିଶନଶକ୍ତିର ଜିଲ୍ଲା ସଂଯୋଜକ ଶାଶ୍ୱତ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ସୁଦାମ ପାଣିଗ୍ରାହୀ, ଶିବ ପ୍ରସାଦ ରଥ, ଏକ୍ସ ଏଡ୍ ର ଦେବବ୍ରତ ମହୁନ୍ତ ଯୋଗଦେଇଥିଲେ । ସାଧନବ୍ୟକ୍ତି ରୂପେ ସୁକର୍ଣ୍ଣ ପଣ୍ଡା ଯୋଗଦେଇ କନ୍ୟା ଶିଶୁଙ୍କୁ ବଂଚିବା ରହିବା ସହିତ ସ୍ୱାସ୍ଥ୍ୟ , ପୃଷ୍ଟି, ନିରାପତା ସୁନିଶ୍ଚିତ କରିବା । କନ୍ୟା ଶିଶୁ ମାନେ ସ୍କୁଲକୁ ଯିବା ଏବଂ ସ୍କୁଲରେ ଉପସା୍ଥନ ହାର ବଢାଇବା ସୁନିଶ୍ଚିତ କରିବା । କନ୍ୟା ଶିଶୁର ଗୁରୁତ୍ୱ ସମ୍ପର୍କରେ ଗୋଷ୍ଠୀ ଓ ସମସ୍ତ ସେବା ପ୍ରଦାନ କାରୀ ସଂସ୍ଥା ମଧ୍ୟରେ ସଚେତନତା ସୃଷ୍ଟି କରିବେ । ବାଲ୍ୟ ବିବାହ ଏକ ଦଣ୍ଡନୀୟ ଅପରାଧ ଆମ ସମସ୍ତଙ୍କର ମିଳିତ ସହ ଯୋଗ ରେ ସମାଜରୁ ଏହି ବ୍ୟାଧି ଦୂରହେବା ଦରକାର । ଏଥିପାଇଁ ଗଂଜାମ ଜିଲ୍ଲାପାଳଙ୍କ ଏକ ଅଭିନବ କାର୍ଯ୍ୟକ୍ରମ ନିର୍ଭୟ କଢି ଓ ଶିଶୁ କନ୍ୟା ମାନଙ୍କ ପାଇଁ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଜିଲ୍ଲାରେ ଚାଲୁରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ