ଦିବ୍ୟାଙ୍ଗଙ୍କ ସହାୟକ ଉପକରଣ ଚିହ୍ନଟ ଶିବିର

ବୁଗୁଡା : ବାଳକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଦିନ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ସହାୟକ ଉପକରଣ ଚିହ୍ନଟ ଶିବିର ଅନୁଷ୍ଟିତ ହୋଇଯାଇଛି।ଏହି ଶିବିରକୁ ବୁଗୁଡା ବିଇଓ ରସାନନ୍ଦ କର ଉଦଘାଟନ କରିଥିବା ବେଳେ ଅତିଥି ଭାବେ ଏବିଇଓ ପୀତାମ୍ବର ବିଷୋୟୀ ଓ ପ୍ରମୋଦ ଚନ୍ଦ୍ର ସେନାପତି ଯୋଗଦେଇଥିଲେ। ଗୋଷ୍ଠୀ ସମ୍ବଳ ଶିକ୍ଷୟତ୍ରୀ ସୋନାଲିନ ପଣ୍ଡା ଓ ଗୋଷ୍ଠୀ ସମ୍ବଳ ଶିକ୍ଷକ ସନ୍ତୋଷ କୁମାର ଡାକୁଆ ଦ୍ବୟଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି ଶିବିରରେ ୮୭ ଜଣ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଯୋଗଦେଇଥିଲେ।ଡାକ୍ତର ନିବେଦିତା ପୃଷ୍ଟୀ ଓ ଡାକ୍ତର ମୁରଲୀଧର ବେହେରା ଦ୍ୱୟଙ୍କ ଦ୍ୱାରା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ପରୀକ୍ଷା କରି ୧୦ଜଣଙ୍କୁ ତିନି ଚକିଆ ସାଇକେଲ ୧୪ ଜଣଙ୍କୁ ହୁଇଲର ଚେୟାର, ୫ଟି ରେଲେଟର, ଗୋଟିଏ ବ୍ରିଲ କିଟ, ଗୋଟିଏ ଡ଼ାଇସ ପ୍ଲେୟାର, ଏସଆଇଡ଼ି କିଟ,ଲେଭି କିଟ,ଥରଆସିସ,ପ୍ରଭୃତି ଦେବାପାଇଁ ମନୋନୀତ କରିଥିଲେ।ଭିନ୍ନକ୍ଷମ ସହାୟକ ସ୍ବେଚ୍ଛାସେବୀ ପ୍ରମୋଦ କୁମାର ମିଶ୍ର, ଲକ୍ଷ୍ମଣ କୁମାର ସେଠୀ,ଦୀପକ କୁମାର ସେଠୀ, ଓ ବଦ୍ରୀ ପ୍ରସାଦ ସ୍ଵାଇଁ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ