ଭାରତୀୟ କମ୍ୟୁନିଷ୍ଟର ର ଛତ୍ରପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ
ଛତ୍ରପୁର,(ଓ୍ବାଇଏନ୍ଏସ୍) :ଆଉ କେଇଟା ଦିନ ପରେ ସାଧାରଣ ନିର୍ବାଚନ ନିମନ୍ତେ ବିଗୁଲ ବାଜିବ ।ଏଥି ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଏନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ମଧ୍ୟ ଜୋରଦାର ପ୍ରସ୍ତୁତି ଆରମ୍ଭ କରାଯାଇଛି । ଦଳୀୟ ଛାମୁଆ ନେତା ଓ କର୍ମୀ ମାନେ ଗାଁ କୁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝାଯିବା ସହ ଆଗାମୀ ନିର୍ବାଚନରେ ଯେପରି ଦଳୀୟ ପ୍ରାର୍ଥୀ ବିଜୟୀ ହେବ ସେଥି ନିମନ୍ତେ ତୃଣମୁଳ ସ୍ତରରୁ ସଂଗଠନକୁ ମଜବୁତ କରିବାରେ ଲାଗିଛନ୍ତି । ଏହି ପରିପ୍ରେକ୍ଷୀ ବୁଧବାର ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଏସ୍. କ୍ରିଷ୍ଣା ରେଡ୍ଡୀଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଯୋଗ ଦେଇ ଦଳୀୟ ନେତା ଓ କର୍ମୀ ମାନଙ୍କୁ ନିର୍ବାଚନୀ ସମ୍ପର୍କିତ ବିଭିନ୍ନ ଗୁରୁମନ୍ତ୍ର ଦେଇଥିଲେ । ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପ୍ରାର୍ଥୀ ପ୍ରଦାନ କରାଯିବ ବୋଲି ସର୍ବ ସମ୍ମତ୍ତି କ୍ରମେ ନିଷ୍ପତ୍ତି ହୋଇଯାଇଛି । ଏଥି ନିମନ୍ତେ ପ୍ରାର୍ଥୀଙ୍କ ନାମ ଚଳିତ ମାସର ଶେଷ ସୁଦ୍ଧା ପ୍ରକାଶ କରାଯିବା । ଶ୍ରମିକ, ଚାଷୀ ଏବଂ ସ୍ଥାନୀୟ ବିଭୀନ୍ନ ସମସ୍ୟାକୁ ମୁର୍ଦ୍ଧା କରି ନିର୍ବାଚନ ମୈଦାନ କୁ ଓହ୍ଲାଇବ ଦଳୀୟ ପ୍ରାର୍ଥୀ । ଏହି ବୈଠକରେ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ. ଛତ୍ରପୁର ଜୋନାଲ ସହ ସମ୍ପାଦକ ରାଜେନ୍ଦ୍ର ନାହାକ ଓ ଦୁର୍ଯ୍ୟୋଧନ ପରିଡା, ଚମାଖଣ୍ଡି ଜୋନାଲ ସମ୍ପାଦକ ସି. ଏଚ୍. ଜନାର୍ଦ୍ଦନ ରେଡ୍ଡୀ, ସହ ସମ୍ପାଦକ ଏନ୍. ଗିରିଜା ପ୍ରସାଦ ରେଡ୍ଡୀ ଓ ଗୁରୁନାଥ ପ୍ରଧାନ, ଗଞ୍ଜାମ ଜୋନାଲ ସମ୍ପାଦକ ଦଣ୍ଡପାଣି ପାତ୍ର, ପୂର୍ଣ୍ଣ ଚନ୍ଦ୍ର ରଥ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରାଜୀବ ଲୋଚନ ପଣ୍ଡା, ନାରିନେତ୍ରୀ ଏନ୍. ଭାନୁମତି ରେଡ୍ଡୀ, ପୂର୍ବତନ ସରପଂଚ ସିମାଂଚଳ ସାହୁ, ସିକନ୍ଦର ଖାନ୍, ପ୍ରଫୁଲ୍ଲ ପାଣୀଗ୍ରାହୀ, ଏସ୍. ତ୍ରିନାଥ ରେଡ୍ଡୀ, ନାରାୟଣ ନାୟକଙ୍କ ସମେତ ବହୁ ଦଳୀୟ ଛାମୁଆ ନେତା ଓ କର୍ମୀ ମାନେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଜନ ମାରଣା ନିତୀ ବିରୁଦ୍ଧରେ ରଣ ହୁଙ୍କାର ଦେଇଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ଦଳୀୟ ବିଧାୟକ ପ୍ରାର୍ଥୀ କିପରି ବିଜୟୀ ହେବ ସେଥି ନିମନ୍ତେ ବିଭିନ୍ନ ପ୍ରସ୍ତୁତି ଆରମ୍ଭ କରିଥିଲେ ।


