ଚାଷୀଙ୍କୁ ଲୁଟିବାରେ ଓଡ଼ିଶା ସରକାର ସର୍ବକାଳୀନ ରେକର୍ଡ କରିଛନ୍ତି : ନବନିର୍ମାଣ କୃଷକ ସଂଗଠନ

ଭୁବନେଶ୍ବର,(ଯୁଗାବ୍ଦ ନ୍ୟୁଜ) : ବାହାରେ ଦୁର୍ନିତି ବିରୋଧୀ ପ୍ରଚାର ଜୋର୍। ନବୀନ ଦୁର୍ନିତୀ ଆଦୌ ସହନ୍ତି ନାହିଁ। ପୂରା ଶୂନ୍ୟ ସହନଶୀଳତା। ଦୁର୍ନିତୀ ପ୍ରତି। କିନ୍ତୁ ଦେଖିଲା ବେଳେକୁ ଚାଷ କ୍ଷେତ୍ରରେ ପୂରା ମୁଗୁରା ମେଲା। ରାଜଧାନୀ ନାକ ତଳେ ଖୋଦ ଖାର୍ଦ୍ଦା ଜିଲ୍ଲାରେ ଧାନ କିଣାରେ ମିଲରଙ୍କର କ୍ବିଣ୍ଟାଲ ପିଛା ୫ କେଜି କାଟ। ପୂରା ବିହାର ପରି ଜଙ୍ଗଲ ରାଜ ଚାଲିଛି ଓଡ଼ିଶାରେ। ପୂର୍ବରୁ ଖୋର୍ଦ୍ଧାରେ ଏ ରୋଗ ନଥିଲା ଏରୋଗ ଡେଇଁଲା ନୟାଗଡ଼ରୁ। ନୟାଗଡ଼ ମିଲର ୫ କେଜି କାଟ ନେଉଛି ତେଣୁ ଆମେ ନବୁ। କୌଣସି ସରକାରୀ ଆଇନ୍ ଏଠି କାମ କରୁନି। ଖୋଦ୍ ଓଡ଼ିଶା ସରକାରଙ୍କ ଯୋଗାଣ ବିଭାଗ ମାର୍ଗଦର୍ଶିକାରେ ଲେଖା ଯାଇଛି, ଚାଷୀ ଧାନ ୟାର୍ଡରେ ଆଣି ଢାଳି ଦେବ ମିଲର ତୋଳି ନେବେ ଯଦି ଏପରି ହେଉନି ତେବେ ମୁହଁ ଶିଲେଇ ଫିସ୍ ମିଲର ନେଉଛି କାହିଁକି ? ସେହିଭଳି ବିଗତ ଦିନରେ ଅଖାପଇସା ବାବଦରେ କୋଟି କୋଟି ଟଙ୍କା ଲୁଟିଛନ୍ତି ମିଲର ଓ ସମ୍ପାଦକ। ଗନି ରେଜିଷ୍ଟର ମେଣ୍ଟନ କରନ୍ତି ନାହିଁ ସମବାୟ ସମ୍ପାଦକ। ଗରିବ ଚାଷୀ ମାଗେନି ଅଖା ଅର୍ଥ ସମ୍ପାଦକ ତାଙ୍କୁ ଲୁଟ୍ କରନ୍ତି। ଏବେ ସବୁଠାରୁ ବଡ଼ ସମସ୍ୟା ହୋଇଚି ୫ କେଜି କାଟ। ଏ ବର୍ଷ ପାଗ ପ୍ରତିକୂଳ ନାହିଁ- ଭଲ ସଫା ଶୁଖିଲା ଧାନ ଆଣୁଛନ୍ତି ଚାଷୀ ମଣ୍ଡିକୁ। କିନ୍ତୁ ମିଲରଙ୍କ ଜିଦ୍ ୫ କେଜି କାଟ ନହେଲେ ଧାନ ଉଠାଇବୁ ନାହିଁ। ଯେଉଁ ମଣ୍ଡିରେ ଲୋକେ କାଟ ଦେବାକୁ ନାରାଜ ସେଠାକୁ ମିଲର ଗାଡ଼ି ପଠାଉ ନାହିଁ। ସ୍ଥାନୀୟ ଦଲାଲଙ୍କ ମାଧ୍ୟମରେ ପ୍ରଚାର କରାଯାଉଛି କାଟ ନହେଲେ ଧାନ ଉଠି ପାରିବ ନାହିଁ ରହିଯିବ। ଚାଷୀମାନେ ଭୟଭିତ୍ତ ହୋଇ କାଟ ଦେଉଛନ୍ତି। କାଟ ନେବାପାଇଁ ଏ ଭଳି ଅଭିନୟ କୈଶଳ କରାଯାଉଛି। କିନ୍ତୁ ଚାଷୀମାନଙ୍କୁ ଯେଉଁମାନେ ତକ୍ଷା କରିବା କଥା ସେମାନଙ୍କର ଦେଖାନାହିଁ। ଯୋଗାଣ ବିଭାଗ ନିୟମ ଅନୁଯାୟୀ ଜଣେ ଜଣେ ବ୍ଲକ୍ ସ୍ତରୀୟ ନୋଡ଼ାଲ ଅଫିସର ମଣ୍ଡିରେ ଦାୟିତ୍ବରେ ରହି ମଣ୍ଡି ତଦାରଖ କରିବା କଥା। ହେଲେ, ଦିନେ ଏମାନେ ଯାଆନ୍ତି ନାହିଁ। ସେହିଭଳି A.R.CS ତଦନ୍ତ କରନ୍ତି ନାହିଁ ମଣ୍ଡି। ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କ କଥା ତ ଛାଡ଼। ଧାନ କ୍ରୟ କମିଟି ବୈଠକ ସାରି ଦେଲା ପରେ ତାଙ୍କର ଦାୟିତ୍ବ ଗଲା। ବର୍ଷସାରା ପ୍ରତିକୂଳ ପାଗ, ବାରାହ, ଷଣ୍ଢ, ମାଙ୍କଡ଼ ସାଙ୍ଗେ ଲଢ଼ି ରାତି ଅନିଦ୍ରା ହୋଇ ଧାନ ଅମଳ କରିବ ଚାଷୀ, ହେଲେ ଫସଲ ବିକିଲା ବେଳକୁ ବାର ଶୁଣ୍ଡିପିଣ୍ଡା। ମିଲର ସମ୍ପାଦକ ଶୁଣ୍ଡି ମାତଲଙ୍କ ଭଳି ଏକାଠି ଲୁଟଛନ୍ତି ଧାନ ମଣ୍ଡିରେ ଚାଷୀଙ୍କୁ। ଶୁଣ୍ଢି ମାତାଲଙ୍କ କବଳରୁ ମୁକୁଳିପାରୁନି ଚାଷୀ। ସତେ ଯେମିତି ସାରା ରାଜ୍ୟରେ କେବଳ ମିଛ ପ୍ରଚାର କରି ଭୋଟ ହାତେଇବା କାମରେ ଲାଗିଛି ପ୍ରଶାସନ। ଗୋଟେ କୃଷି ପ୍ରଧାନ ରାଜ୍ୟରେ ଏତେ ସଙ୍କଟ ବେଳେ ବିଭାଗୀୟ, ନିର୍ଦ୍ଦେଶକ, ସଚିବ, ମନ୍ତ୍ରୀ, କେହି ଏନେଇ ମୁହଁ ନଖୋଲିବା ବଡ଼ ସମସ୍ୟା ସୃଷ୍ଟି କରିଛି ଚାଷୀ କୂଳ ପାଇଁ । ଆମେ ତମାମ ରାଜ୍ୟରେ ଏହି ମହା ଦୁର୍ନିତି ନେଇ ସବିନୟ ଆଇନ୍ ଅମାନ୍ୟ ଆନ୍ଦୋଳନ କରିବୁ ବୋଲି ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ