ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳନ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ପ୍ରିନ୍ସିପାଲ ବନମାଳୀ ବେହେରାଙ୍କ ତତ୍ତ୍ୱାବଧାନରେ ଜାତୀୟ ଯୁବ ଦିବସ ତଥା ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ ଜାନୁଆରୀ ୧୨ ତାରିଖ ଦିନ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଯୁବ ରେଡ କ୍ରସ ଏବଂ ଜାତୀୟ ସେବା ଯୋଜନାର ପୁରୁଷ, ମହିଳା ଓ ଉଭୟ ୟୁନିଟର ମିଳିତ ଆନୁକୂଲ୍ୟରେ ପାଳନ ହୋଇଥିଲା। କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ପ୍ରମୋଦ କୁମାର ରଥ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିଥିଲେ। ଜାତୀୟ ସେବା ଯୋଜନା ର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ସେକ୍ ଫରିଦ୍ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପ୍ରାଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼ ଏବଂ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ତଥା ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ, ବସନ୍ତ କୁମାର ପାଣି ଓ ସେକ୍ ଫରିଦ୍ , ଛାତ୍ରଛାତ୍ରୀଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ, କର୍ମଯୋଗ, ଜୀବନ ଓ ତାର ଭାଗ୍ୟଫଳ, ସାର୍ବଜନୀନ ଧର୍ମ ଓ ବିଶ୍ୱ ଭାତୃତ୍ୱ ବିଷୟରେ ଉଦବୋଧନ ପ୍ରଦାନ କରିଥିଲେ। ଅଧ୍ୟାପକ ଓ ଅଧ୍ୟାପିକା ବିନତା କୁମାରୀ ଦାସ, ଟୁଟୁ ଡାକୁଆ, ଶାନ୍ତନୁ ପ୍ରଧାନ, ସୋନାଲି ସାହୁ, ପିଙ୍କି ସାହୁ, ସୁମିତ୍ରା ରାଉତ, ରୋଜିତା ମିଶ୍ର ଓ ପିଇଟି ଦୀପକ କୁମାର ସ୍ୱାଇଁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଯୁବ ରେଡ କ୍ରସ କାଉନସିଲର ବିଶ୍ଵନାଥ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ