ଡେଙ୍ଗାଉସ୍ତା ରାସ୍ତା କଡ଼ରେ ଓଲଟିଲା ହିଟାଚି ବୋଝେଇ ଟ୍ରଲର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଉସ୍ତା କଂସାମାରି ରାସ୍ତା କଡ଼ରେ ଏକ ହିଟାଚି ବୋଝେଇ ଟ୍ରଲର ଓଲଟିବା ଫଳରେ ଡ୍ରାଇଭର ହେଲ୍ପର ଆହତ ହୋଇଥିବା ଜଣାପଡିଛି।ଆହତଙ୍କୁ ଅଗ୍ନିଶମ ବାହିନୀ ପହଞ୍ଚି ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିବା ଜଣାପଡ଼ିଛି।ଖବର ପାଇ ପୁଡ଼ାମାରି ଫାଣ୍ଡି ଅଧିକାରୀ ପରମେଶ୍ବର ମଲ୍ଲିକ ପହଞ୍ଚି ତଦନ୍ତ ଚଳାଇଥିବା ସୂଚନା ମିଳିଛି।ଘଟଣାରୁ ଜଣାପଡ଼ିଛି । ଗଞ୍ଜାମ ଗଜପତି କୁ ସଂଯୋଗ କରୁଥିବା ୩୨୬ ଜାତୀୟ ରାଜପଥ ଦେଇ ଗଜପତି ରୁ ବ୍ରହ୍ମପୁର ଯାଉଥିବା ଏକ ଓଆର ୦୮ଡି ୫୪୭୯ ଟ୍ରଲର ଟି ହିଟାଚି ବୋଝେଇ କରି ଯାଉଥିବା ବେଳେ କଂସାମାରି ଡେଙ୍ଗାଉସ୍ତା ମଧ୍ୟରେ ରାସ୍ତାରେଟ୍ରଲର ର ଟାୟାର ଫାଟିଯିବା ଫଳରେ ରାସ୍ତା କଡ଼ରେ ଓଲଟି ପଡ଼ିଥିଲା। ଖବର ପାଇ ଅଗ୍ନଶମ ବାହିନୀ ପହଞ୍ଚି ଆହତ ଡ୍ରାଇଭର ହେଲପର କୁ ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ। ପୁଡ଼ାମାରି ଫାଣ୍ଡି ଅଧିକାରୀ ପରମେଶ୍ବର ମଲ୍ଲିକ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ