କାହ୍ନୁସାର୍ ଥିଲେ ଶିକ୍ଷକ ମଉଡ଼ମଣି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପାଇକରାପୁରର ସ୍ୱର୍ଗତ କାହ୍ନୁଚରଣ ସାହୁ ଥିଲେ ଶିକ୍ଷକ ମଉଣମଣି । ସେ ଥିଲେ ଆଧୁନିକ ମଣିଷଗଢା କାରଖାନାର ମାଲିକ । ସାଉଣ୍ଟା କାହାଣୀ, ଛାତ୍ର ସମାଜର ଏକ ଆଦର୍ଶ, ଛାତ୍ରବତ୍ସଳ ଓ ଜାଜୁଲ୍ୟମାନ ଗୁରୁ । ଗୁରୁ ଶବ୍ଦର ସଜ୍ଞାକୁ ସେ ପ୍ରମାଣିତ କରିଛନ୍ତି ବୋଲି ତାଙ୍କର ପ୍ରିୟ ଶିଷ୍ୟ ତଥା ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି, ଶିକ୍ଷାବିତ୍ ଅଶୋକ କୁମାର ପାଲଟାସିଂହ ପ୍ରକାଶ କରିଛନ୍ତି । ଗତକାଲି ଏ ଅଞ୍ଚଳ ନୁହେଁ, ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ କାହ୍ନୁ ଚରଣ ସାହୁଙ୍କ ୮୧ବର୍ଷ ବୟସରେ ଇହଲିଳା ସମ୍ବରଣ କଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା । ଶହ ଶହ ଛାତ୍ରଛାତ୍ରୀମାନେ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପ୍ରିୟ ଗୁରୁଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ଥିଲେ । ତାଙ୍କ ଆଦର୍ଶରେ ଶିକ୍ଷାଦାନ ପ୍ରଣାଳୀ ଏକ ଭିନ୍ନ ଅନୁଭୂତ ପ୍ରଦାନ କରିଥାଏ । ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ଅଣାଯାଇ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରେ ଗ୍ରାମ ପରିକ୍ରମା କରାଯାଇ ଗାଁ ଶ୍ମଶାନରେ ସତ୍କାର କରାଯାଇଥିଲା । ପୁରାତନ ଛାତ୍ର ସଂଗଠନର କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ । ବିଭୂତି ବଳିୟାର ସିଂହ, ମନୋଜ କୁମାର ରାଉତରାୟ, ନିରଞ୍ଜନ ସାମନ୍ତରାୟ, ମାନସ କୁମାର ରଣଜିତ, ସନ୍ତୋଷ କୁମାର ସୁବୁଦ୍ଧି, ସୁଶାନ୍ତ କୁମାର ପଲେଇ, ନରେନ୍ଦ୍ର କୁମାର ପୃଷ୍ଟି, ସ୍ଥାନୀୟ ଜନପ୍ରତିନିଧି, ସ୍ଥାନୀୟ ଜନସାଧାରଣ ପ୍ରମୁଖ ଯୋଗଦାନ କରି ଅନ୍ତିମ ବିଦାୟ ପ୍ରଦାନ କରିବା ସହିତ ତାଙ୍କ ସୁପୁତ୍ର ମୁଖାଗ୍ନି ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ