ଶୋଭା ଟ୍ରଷ୍ଟ ତରଫରୁ ଉକ୍ରଳ ଦିବସ ପାଳିତ
ଭୁବନେଶ୍ୱର : ଶୋଭା ଟ୍ରଷ୍ଟ ତରଫରୁ ଭୁବନେଶ୍ୱର ଝାରପଡ଼ାସ୍ଥିତ ମଧୁରମୟୀ ସେବା ସଦନଠାରେ ଉକ୍ରଳ ଦିବସ ଉପଲକ୍ଷେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପୂର୍ବତନ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ନମ୍ରତା ଚଢା, ମାନବାଧିକାର କମିଶନର ମୁଖ୍ୟ ଇନ୍ଦିରା ଦାଶ, ବିଶିଷ୍ଟ ସମାଜସେବୀ ନରୋତ୍ତମ ଦାସ, ଇତିଶ୍ରୀ ଦିକ୍ଷୀତ, ବିଶିଷ୍ଟ ଜ୍ୟୋର୍ତିବିତ୍ ଶ୍ରୀଯୁକ୍ତ ଶ୍ରୀପତି ଆ·ର୍ଯ୍ୟ ଏବଂ ମଧୁରମୟୀ ସେବା ସଦନର ପରି·ଳିକା ନିରଜା ମହାପାତ୍ର ଉପସ୍ଥିତ ରହି ଓଡ଼ିଶାର କଳା, ସାହିତ୍ୟ ଏବଂ ବିକାଶ ଉପରେ ବକ୍ତବ୍ୟ ରଖିଥିଲେ । ଏହାପରେ ସଦନରେ ଥିବା ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ବକ୍ତୃତା, ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ସଭାରେ ଶୋଭା ଟ୍ରଷ୍ଟର ସମସ୍ତ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ । ଟ୍ରଷ୍ଟ ତରଫରୁ ସୁଦିପ୍ତ ସାହୁ ଏବଂ ପିତାମ୍ବର ପଲେଇ ପରି·ଳନା ତଥା ଧନ୍ୟବାଦ ଅର୍ପଣ କରିଥିଲେ ।