ଦିବ୍ୟଜୀବନ ସଂଘ ସାଧନା ଦିବସ

ସାନଖେମୁଣ୍ଡି , (ଯୁଗାବ୍ଦ ନ୍ୟୁଜ) : ସାନଖେମୁଣ୍ଡି ବ୍ଲକ ପକ୍ଷରୁ ଦିବ୍ୟଜୀବନ ସଂଘ ଧର୍ମପୁର ଶାଖା ଆନୁକୁଲ୍ୟରେ ସମନ୍ୱୟ ସମିତି ଦକ୍ଷିଣାଂଚଳର ଉପ-ସଭାପତି କୁଞ୍ଜବିହାରୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ସମିତିର ସମ୍ପାଦକ ପ୍ରକାଶଚନ୍ଦ୍ର ରଥ ପରିଚାଳନା କରିଥିଲେ । ବିନୋଦ ଚନ୍ଦ୍ର ପାଢ଼ୀଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଏକ ଦିବସୀୟ ସତ୍‌ସଙ୍ଗ ଗ୍ରାମରେ ଥିବା ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୁରୁଦେବ ସ୍ୱାମୀ ଶ୍ରୀ ଶିବାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ବାଣୀକୁ ପ୍ରସାର ପ୍ରଚାର କରିବା ସହ ନୂତନ ଯୁବ ପିଢ଼ୀ ମାନଙ୍କୁ ଆଧ୍ୟାତ୍ମିକ ମାର୍ଗକୁ ଆଣିବା ସହ ସାରାବିଶ୍ୱକୁ ଶିବାନନ୍ଦ ପରିବାରରେ ଯୋଡ଼ିବା ନିମନ୍ତେ ଆହ୍ୱାନ କରାଯାଇଥିଲା । ପ୍ରାତଃ ଜୟଗଣେଶକିର୍ତନ, ଗୁରୁସ୍ତୋତ୍ର, ଶ୍ରୀସୂପ୍ତମ୍‌, ଶନିଶ୍ଚର ସ୍ତୋତ୍ରମ୍‌, ଗୀତାପାଠ, ହନୁମାନ ଚାଳିଶା, ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ, ସଫଳତା ମନ୍ତ୍ର, ଗାୟତ୍ରୀ ମନ୍ତ୍ର, ବିଶ୍ୱ ପ୍ରାର୍ଥନା, ପ୍ରଭୂ ପ୍ରାର୍ଥନା ଓ ପୃଥିବୀରମଙ୍ଗଳକାମନା ନିମନ୍ତେ ଶାନ୍ତି ମନ୍ତ୍ର ପାଠକରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ