ଶାଣ ପଥରରେ ବିରାଜିଲେ ବାଗ୍ଦେବୀ ବନବାସୀଙ୍କ ଦ୍ୱାରା ବାଗ୍ଦେବୀଙ୍କ ବିଗ୍ରହ ପ୍ରତିଷ୍ଠା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଅବସ୍ଥିତ ଆଦିବାସୀ ପଲ୍ଲୀ କନ୍ଦଳେଇ ଠାରେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ମା’ ବାଗ୍ଦେବୀଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବନବାସୀଙ୍କ ଦ୍ୱାରା ହିନ୍ଦୁ ରୀତି ନୀତି ଅନୁସାରେ ସମସ୍ତ ପୂଜା ନୈବେଦ୍ୟ ପ୍ରଦାନ କରି ମା’ଙ୍କୁ ପୂଜାର୍ଚ୍ଚନା କରିଥିଲେ । ଶାଣ ପଥରରେ ନିର୍ମିତ ଏହି ମୂର୍ତ୍ତିକୁ କୋଣାର୍କ ନବୋଦୟ ସ୍କୁଲ୍ର ପୂର୍ବଚନ ଅଧ୍ୟକ୍ଷ ମନୋଜ ଦାଶ ପଲ୍ଲୀର ବିଦ୍ୟାଳୟକୁ ଦାନ କରିଥିଲେ । ସରସ୍ୱତୀ ବନ୍ଦନାରେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସୁଶାନ୍ତ ସାହୁ, ତ୍ରିଲୋଚନ ବେଉରା, ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଚିତ୍ର କୁମାର ମାଝୀ, ଶିକ୍ଷକ ସୁବାସ ଓଝାଙ୍କ ସମେତ ପଲ୍ଲୀର ବନବାସୀ ଓ ବିଦ୍ୟାର୍ଥୀଙ୍କ ଉପସ୍ଥିତିରେ ପୂଜା ବେଶ୍ ଆନନ୍ଦ ଉଲ୍ଲାସ ମଧ୍ୟରେ ସମାପନ ହୋଇଥିଲା । ସାମାଜିକ କର୍ମୀ ଅମୃତା ମହାନ୍ତି ଓ ଚନ୍ଦନ ଦାଶ ମଣ୍ଡପ ନିର୍ମାଣ କାର୍ଯ୍ୟରେ ସହଯୋଗ କରିଥିଲେ ।