ରୋଷେଇଶାଳର ଡ଼ାଲିହଣ୍ଡାରେ ପଡ଼ି ରୋଷେୟା ଗୁରୁତର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବ୍ଲକ ରଟିଙ୍ଗିଆ ପଞ୍ଚାୟତର ଡଡ଼ାପଡ଼ା ଗ୍ରାମରେ ଶୁକ୍ରବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଷ୍ଟପ୍ରହର ନାମଯଜ୍ଞ ସ୍ଥଳରେ ରୋଷେଇ ଶାଳ ଡ଼ାଲିହଣ୍ଡାରେ ପଡ଼ି ରୋଷେୟା ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ହେଲେ କାହ୍ନା ପ୍ରଧାନ (୨୫)। ସୂଚନା ଅନୁସାରେ ଡଡ଼ାପଡ଼ାରେ ଗୁରୁବାର ଠାରୁ ଅଷ୍ଟପ୍ରହରୀ ନାମ ଯଜ୍ଞ ଆରମ୍ଭ ହୋଇଥିଲା। ଅଞ୍ଚଳରେ ଭକ୍ତିମୟ ପରିବେଶ ମଧ୍ୟରେ ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ। ଶୁକ୍ରବାର ସକାଳେ ରୋଷେଇ ଶାଳରେ ପ୍ରସାଦ ରୋଷେଇ ଚାଲିଥିଲା। କାହ୍ନା ପ୍ରଧାନ ମଧ୍ୟ ରୋଷେଇଶାଳରେ ନିୟୋଜିତ ହୋଇଥିଲେ। ତେବେ ଏହି ସମୟରେ ଏକ ଗାଈ ରୋଷେଇଶାଳ ଆଡ଼କୁ ଆସିବାରୁ ଉକ୍ତ ବ୍ୟକ୍ତି ଗାଈ ଘଉଡାଇବାକୁ ଯାଉଥିବା ବେଳେ କାହ୍ନା କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ଡାଲିହଣ୍ଡା ଭିତରେ ପଡ଼ିଯାଇଥିଲେ। ତାଙ୍କ ଶରୀରର ବେକ ପର୍ଯ୍ୟନ୍ତ ଚର୍ମ ପୋଡ଼ି ଯାଇଥିଲା। ପାଖରେ ଥିବା ଲୋକମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ। ତୁରନ୍ତ ଏକ ଅଟୋ ସାହାଯ୍ୟରେ ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଡାକ୍ତର ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ