ବଡ଼ ଏକାଦଶୀ ତିଥିରେ ପାରଳାର ବିଭିନ୍ନ ଦେବାଳୟ ଚଳଚଞ୍ଚଳ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ପବିତ୍ର ବଡ଼ ଏକାଦଶୀ ଅଟେ. ପାରଳାଖେମୁଣ୍ଡି ସହରରେ ବଡ଼ ଏକାଦଶୀ ପାଳନ ପାଇଁ ସହରର ପ୍ରାୟ ସମସ୍ତ ଦେବାଳୟ ଚଳଚଞ୍ଚଳ ହୋଇଉଠିବା ସହ ଭକ୍ତଙ୍କ ଭିଡ଼ ବେଶ ଲକ୍ଷ୍ୟ କରାଯାଇଥିଲା. ପାରଳାଖେମୁଣ୍ଡି ସହରର ଶ୍ରୀଜଗନ୍ନାଥ ମନ୍ଦିର ସମେତ ରାଧାକ୍ରିଷ୍ଣା ମନ୍ଦିର, ବଡ଼ ମଠ, ଶ୍ରୀ ନୃସିଂହନାଥ ମନ୍ଦିର, ଶ୍ରୀ ଭେଙ୍କେଟଶ୍ଵର ମନ୍ଦିର ଆଦିରେ ଭକ୍ତଙ୍କ ବେଶ ଭିଡ଼ ଜମିଥିଲା. ଭକ୍ତମାନେ ଭୋର ସକାଳୁ ଉଠି ଏହି ଦେବାଳୟ ଗୁଡିକରେ ପ୍ରଦୀପ ପ୍ରଜ୍ବଳନ କରି ପୂଜା ପାଠ କରିଥିବା ଲକ୍ଷ୍ୟ କରାଯାଇଥିଲା. ପାରଳା ସହରର କେଉଟ ସାହିରେ ଥିବା ଶ୍ରୀ ଭେଙ୍କେଟଶ୍ଵର ମନ୍ଦିରରେ ଆଜି ବଡ଼ ଏକାଦଶୀ ତିଥିରେ ଶ୍ରୀ ଭେଙ୍କେଟଶ୍ଵରଙ୍କୁ ପୂଜା ପାଠ କରିବା ପରେ ବିଭିନ୍ନ ଭାବେ ସାଜସଜ୍ଜା କରି ଭକ୍ତଙ୍କ ଦର୍ଶନ ପାଇଁ ପାରଳାଖେମୁଣ୍ଡି ସହର ପରିକ୍ରମା କରାଯାଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ