ଶିବାନନ୍ଦ ଆଶ୍ରମରେ ବିଶ୍ୱ କଲ୍ୟାଣକାରୀ ଶ୍ରି ଶ୍ରୀ ବିଷ୍ଣୁ ମହାଯଜ୍ଞ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ବିଶ୍ୱ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞ ଗତ ୧୭ତାରିଖରୁ ଆରମ୍ଭ ହୋଇଛି । ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରତ୍ୟେହ ଆଶ୍ରମ ପରିସରରେ ପ୍ରାର୍ଥନା, ଯୋଗ, ପ୍ରାଣାୟମ, ସ୍ୱାଧ୍ୟାୟ, ସୂର୍ଯ୍ୟପୂଜା, ଗୋପୂଜନ, ଯଜ୍ଞ ଆହୂତି, ସତ୍ସଙ୍ଗ, ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି । ଏହି ଅବସରରେ ଆଜି ଆଶ୍ରମ ପରିସରରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରର ୩୦ରୁ ଉର୍ଦ୍ଧ୍ୱ ସେବାୟତ ବ୍ରାହ୍ମଣମାନଙ୍କୁ ପୁଷ୍ପ, ଚନ୍ଦନ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ପୂଜା କରାଯିବା ସହ ଭୋଜନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଆଳିଜଙ୍ଗା ଶିବାନନ୍ଦ ମାତୃମଣ୍ଡଳୀର ମା’ମାନଙ୍କ ସମେତ ନିଆଳ ମେରିବଟ ଆଶ୍ରମରେ ସଚ୍ଚିଦାନନ୍ଦ ଜେନା, ପିଙ୍ଗଳ ଆଶ୍ରମର ଶ୍ରୀଧର ରାଉତ, ଗରାପୁର ଆଶ୍ରମର ଶିବାନୀ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଆଶ୍ରମ ପରିସରରେ ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ “ଆଜିର ସମାଜ ପାଇଁ ଯଜ୍ଞର ଆବଶ୍ୟକତା”ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ବାସ୍ତୁବିତ ତଥା କବି ନାରାୟଣ ପତି, ସତୀର୍ଥର ସଭାପତି ଅମର ପ୍ରସାଦ ରାଉତ, ଗବେଷକ ନିରଞ୍ଜନ ମେକାପ, ସରୋଜ ମହାନ୍ତି, ଶରତ ରାଉତ, ବ୍ୟଙ୍ଗକବି ଶ୍ରୀଧର ମହାନ୍ତି, ଶିକ୍ଷାବିତ ମନୋରଞ୍ଜନ ତ୍ରିପାଠୀ, ମେରିବଟ ଆଶ୍ରମର ଗଗନବିହାରୀ ଜେନା, ଶିକ୍ଷାବିତ ଶୁଭାଂଶୁ ଦାସ, ସ୍ୱପ୍ନାଂଶୁ ଦାସ, ପାର୍ବତୀ ନାୟକ, ଶ୍ରୀଧର କୁମାର ରାଉତ,ଚିତ୍ତରଞ୍ଜନ ଆଚାର୍ଯ୍ୟ, ରଜନୀକାନ୍ତ ଦାସ, ସୁଦର୍ଶନ ସ୍ୱାଇଁ, ଗୀତାଞ୍ଜଳି ସ୍ୱାଇଁ, ଅଜୟ ସାମଲ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ବାବା ନୃସିହନାଥ ଦସ ଧନ୍ୟବାଦ ଅର୍ପଣ କରିଥିଲେ ।


