ସାନଖେମୁଣ୍ଡିରେ ବ୍ଲକସ୍ତରୀୟ ଜାତୀୟ ଖାଦ୍ୟ ସୁରକ୍ଷା ଏବଂ ମନରେଗା ଜନ ଶୁଣାଣୀ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ୨୦୨୩-୨୪ ଆର୍ଥିକ ବର୍ଷ ଦ୍ଵିତୀୟ ପର୍ଯ୍ୟାୟରେ ବ୍ଲକରେ ହୋଇଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର ସୋମବାର ସାନଖେମୁଣ୍ଡି ବ୍ଲକ୍ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି ସମସ୍ତପଞ୍ଚାୟତଜନପ୍ରତିନିଧି,ଅଧିକାରୀଙ୍କ ସହ ମନରେଗା ଏବଂ ଖାଦ୍ୟ ସୁରକ୍ଷା ଯୋଜନା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ଉପସ୍ଥିତି ରେ ଅନୁଷ୍ଠିତ ଏହି ଶିବିରରେ ବ୍ଲକ୍ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବୀନ୍ଦ୍ର ମଲାଣ,ବ୍ଲକ୍ ଉପାଧ୍ୟକ୍ଷ ରିଙ୍କି ନାହାକ ପ୍ରମୁଖ ମଞ୍ଚାସୀନ ରହିଥିଲେ। ବ୍ଲକ ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଶିବିରକୁ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଅରୁଣ କୁମାର ସ୍ୱାଇଁ ସଂଯୋଜନା କରିଥିଲେ।ଆୟୋଜିତ ଏହି ଶିବିରରେ ୨୦୨୩-୨୪ ଆର୍ଥିକ ବର୍ଷ ଅନ୍ତର୍ଗତ ଦ୍ଵିତୀୟ ପର୍ଯ୍ୟାୟରେ ପଞ୍ଚାୟତ ସ୍ତରରେ ହୋଇଥିବା ନିଶ୍ଚିତ କର୍ମ ନିଯୁକ୍ତି ଭିତ୍ତିକ ଉନ୍ନୟନ କାର୍ଯ୍ୟର ବିବରଣୀ ଉପସ୍ଥାପନ କରାଯାଇଥିଲା।ସୂଚନା ପ୍ରକାରେ,ଏହି ଆର୍ଥିକ ବର୍ଷରେ ବ୍ଲକର ସର୍ବମୋଟ ୨୭୨୭୧ ଜଣ ଜବ କାର୍ଡଧାରୀଙ୍କ ମଧ୍ୟରୁ ୨୬୩୨୩ ଜଣଙ୍କୁ ଏହି ଶ୍ରମ ନିଯୁକ୍ତି ଯୋଜନାରେ ସାମିଲ କରାଯାଇଥିବା ଜଣାପଡିଛି। ଏହି ସମୟରେ ୧୮,୮୭,୮୮୬ ଶ୍ରମ ନିଯୁକ୍ତି ଦିବସ ଧାର୍ଯ୍ୟ ରହିଥିବା ବେଳେ ସେଥି ମଧ୍ୟରୁ ୧୩ ୨୧,୩୧୯ (୭୦ସତାଂଶ ) ନିଯୁକ୍ତି ଦିଆଯାଇଛି ଏବଂ ଏହି ବାବଦକୁ ମୋଟ ଟ.୨୯୦୯.୬୦ ଲକ୍ଷ ବ୍ୟୟ ଅଟକଳ କରାଯାଇଥିବା ବେଳେ ୨୭୫୧.୫୨ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ଜଣା ପଡ଼ିଛି। ସାନଖେମୁଣ୍ଡିରେ ଏହି ଆର୍ଥିକ ବର୍ଷରେ ୩୬୪୭ ଶ୍ରମିକଙ୍କୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ୩୦୮୫ ଅନୁସୂଚିତ ଜାତି ଓ ଉପଜାତି ବର୍ଗଙ୍କୁ ସାମିଲ କରାଯାଇଛି ଏବଂ ୧୨୯୦୭ ମହିଳାଙ୍କୁ ଏଥିରେ ସାମିଲ କରାଯାଇଥିବା ସୂଚନା ରହିଛି। ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ୩୯୭୨ଗୋଟି ପ୍ରକଳ୍ପ ମଞ୍ଜୁରୀ ହୋଇଥିବା ବେଳେ ସେଥି ମଧ୍ୟରେ ୭୩୩ ଗୋଟି ଗୋଷ୍ଠି ପ୍ରକଳ୍ପ ଏବଂ ୩୨୩୯ ଗୋଟି ବ୍ୟକ୍ତିଗତ ପ୍ରକଳ୍ପ ମଞ୍ଜୁରୀ ହୋଇଛି। ଏହି ସମୟରେ ସିକ୍ୟୁର ସଫ୍ଟ ପକ୍ଷରୁ ୯୬୪ ଗୋଟି ପ୍ରକଳ୍ପ ମଂଜୁର ହୋଇଥିବା ଶିବିର ଆଲୋଚନା ତଥ୍ୟରୁ ଜଣା ପଡିଛି।ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାଧାରଣ ଗରିବ ପରିବାର ବାଦ ପଡ଼ିଥିବା ନେଇ ଜନପ୍ରତିନିଧି ଙ୍କ ଅଭିଯୋଗ ପରେ ଯୋଗାଣ ନିରୀକ୍ଷକ ପ୍ରଶାନ୍ତ କୁମାର ରାଓକହିଛନ୍ତି ସାନଖେମୁଣ୍ଡି ବ୍ଲକ ପାଇଁ ସରକାରଙ୍କ ୧ ଲକ୍ଷ୍ୟ ୨୯ ହଜାର ହିତାଧିକାରୀ ଟାର୍ଗେଟ ରହିଥିବା ବେଳେ ତାଠାରୁ ୮ ହଜାର ଅଧିକା ରହିଛି ସେଥି ମଧ୍ୟରୁ ଅଯୋଗ୍ୟ , ମୃତକଙ୍କୁ ୨ ହଜାର ବାଦଦେଇ ୬ ହଜାର ଅଧିକା ରହିଛି। ପ୍ରତ୍ୟେକ ପଞ୍ଚାୟତ ସରପଞ୍ଚ ଜିଆରର୍ଏସ୍ ସମସ୍ତଙ୍କ ସହଯୋଗରେ ୬ ହଜାର ବାଦ ଦେଲେ ଯୋଗ୍ୟ ହିତାଧିକାରୀ ପାଇପାରିବେ ବୋଲି ମତ ଉପସ୍ଥାପନ କରିଥିଲେ।