ବିଧାୟକଙ୍କ ଦ୍ଵାରା ବାଲିପଦର କଲେଜ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକ ଅନ୍ତର୍ଗତ ବାଲିପଦର ଗ୍ରାମର ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଶ୍ରେଣୀ ଗୃହ ନିର୍ମାଣ ପାଇଁ ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କଲେଜର ଶ୍ରେଣୀ ଗୃହର ଅଭାବ ଦୃଷ୍ଟିରୁ ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଦୁଇଗୋଟି ଶ୍ରେଣୀ ଗୃହ ନିର୍ମାଣ କରାଯିବ। ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଭିତିପ୍ରସ୍ଥର ସ୍ଥାପନ କରିଥିଲେ। ବିଧାୟକଙ୍କ ଏହି କାର୍ଯ୍ଯକ୍ରମରେ ବୁଗୁଡା ବ୍ଳକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ, ବାଲିପଦର ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ,କଳମ୍ବ ସରପଞ୍ଚ ପ୍ରଦୀପ କୁମାର ଜେନା, ପାଙ୍ଗିଡ଼ି ସରପଞ୍ଚ ଭାଗ୍ୟଲତା ବିଷୋୟୀ, ପୂର୍ବତନ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ , କଲେଜର ପରିଚାଳନା ପରିଷଦ ସଭାପତି ହରିହର ବିଷୋୟୀ, ଅଧ୍ୟକ୍ଷ ଡଃ ବିବେକାନନ୍ଦ ପଟ୍ଟନାୟକଙ୍କ ସମେତ ସମସ୍ତ ଅଧ୍ୟ୍ୟାପକ, ଅଧ୍ୟ୍ଯାପିକା ଓ ଛାତ୍ରଛାତ୍ରୀ ବୃନ୍ଦ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ