ସମବାୟ ସମିତି ସଭାପତିଙ୍କୁ ଭତ୍ତା ପ୍ରଦାନ ଦାବୀ ନେଇ ସାମ୍ବାଦିକ ସମ୍ମିଳନୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ସମବାୟ ସମିତିର ସଭାପତି ମାନଙ୍କୁ ଭତ୍ତା ପ୍ରଦାନ ଦାବୀ ନେଇ ଆଜି ବନ୍ତସ୍ଥିତ ଚାଇଁପୁର ସେବା ସମବାୟ ସମିତି ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବନ୍ତ ବ୍ଲକର ବନ୍ତ ଓ ଆଗରପଡା ଠାରେ ଦୁଇଟି ସମବାୟ ବ୍ୟାଙ୍କ ଥିବା ବେଳେ ୧୧ଟି ସମବାୟ ସମିତି ରହିଛି । ଏସବୁ ସମିତି ଗୁଡିକରେ ସଭାପତି ମାନେ ସମବାୟ ନିର୍ବାଚନ ନିୟମ ଅନୁଯାୟୀ ନିର୍ବାଚିତ ହୋଇ ୫ ବର୍ଷ ପାଇଁ କାର୍ଯ୍ୟ କରୁଛନ୍ତି । ସମିତିର ସଭାପତି ମାନେ ଚାଷୀ ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ବିନା ପାରିଶ୍ରମିକରେ ସେବା ଯୋଗାଇ ଦେବା ସହ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନାକୁ ସଫଳ ରୂପାୟନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଏଥିସହ ସମିତିର ସମସ୍ତ କାର୍ଯ୍ୟରେ ସେମାନେ ସହଯୋଗ କରି ଆସୁଛନ୍ତି । ଏପରିସ୍ଥଳେ ରାଜ୍ୟ ସରକାର ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଏନ.ଏନ.ସି ଓ ପୌରପାଳିକାର ସମସ୍ତ ଜନପ୍ରତି ମାନଙ୍କ ପାଇଁ ମାସିକ ଭତ୍ତା ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି । ମାତ୍ର ସମିତିର ସଭାପତି ମାନଙ୍କ ପାଇଁ ରାଜ୍ୟ ସରକାର କୌଣସି ପାରିଶ୍ରମିକ କିମ୍ବା ଭତ୍ତାର ସୁବିଧା କରିନାହାନ୍ତି । ଏସଂପର୍କରେ ରାଜ୍ୟ ସରକାର ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଚାଇଁପୁର ସମିତିର ଅଜୟ କୁମାର ନାୟକ, ବସନ୍ତ କୁମାର ବେହେରା, ବିଜୟ କୁମାର ନାୟକ, ସେକ୍ କଦମ୍‌, ମଳୟ କୁମାର ରାଉତ, ଜୟନ୍ତ କୁମାର ସାମଲ, ରଞ୍ଜନ କୁମାର ସାହୁଙ୍କ ସମେତ ଅନ୍ୟ ସଭାପତି ମାନେ ଦାବୀ କରିଛନ୍ତି । ଏଥିନେଇ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ