‘ଅତୁଟ ବନ୍ଧନ, ରିସ୍ତା ଦିଲ୍ କା’ ରୋଡ୍ ସୋ’ରଶୁଭାରମ୍ଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତର ଅନ୍ୟତମ ଅଗ୍ରଣୀ ଡିରେକ୍ଟ ସେଲିଙ୍ଗ୍ କମ୍ପାନି ମୋଦିକେୟାର ଲିମିଟେଡ୍ ପକ୍ଷରୁ ସମୀର କେ ମୋଦୀଙ୍କ ଦ୍ୱାରା ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିବା ଏକ ଭବ୍ୟ ରୋଡ୍ ସୋ\’ ‘ଅତୁଟ ବନ୍ଧନ, ରିସ୍ତା ଦିଲ୍ କା’ର ଶୁଭାରମ୍ଭ ହୋଇଛି । ଚାରି ଦିନରେ ଏହି ଐତିହାସିକ ଯାତ୍ରା ଓଡ଼ିଶା ଓ ପଶ୍ଚିମବଙ୍ଗର ପ୍ରାୟ ୬୦୦ କିଲୋମିଟର ଓ ୧୦ଟି ସହର ଅତିକ୍ରମ କରିବ । ଡିରେକ୍ଟ ସେଲିଙ୍ଗ୍ ଶିଳ୍ପରେ ପ୍ରଥମ ଥର ପାଇଁ ଏହି ରୋଡ୍ ସୋ\’ ୧୧,୦୦୦ରୁ ଅଧିକ ପରାମର୍ଶଦାତାଙ୍କୁ ଏକାଠି କରି ସଫଳତା, ସ୍ୱାଧୀନତା ଏବଂ ଅତୁଟ ବନ୍ଧନକୁ ପାଳନ କରିବା ପାଇଁ ମୋଦିକେୟାରର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।ସମୀର ମୋଦୀଙ୍କ ନେତୃତ୍ୱରେ ଏହି ରୋଡ୍ ସୋ’ ଭୁବନେଶ୍ୱର, ଜାରକା, ଭଦ୍ରକ, ସୋର, ବାଲେଶ୍ୱର, ଜଳେଶ୍ୱର, କଂଟାଇ, ତମଲୁକ ଓ କୋଲାଘାଟ ସହର ପରିକ୍ରମା କରିବ । ମୋଦିକେୟାରର ସବୁଠାରୁ ପୁରୁଣା ଓ ଗୁରୁତ୍ୱପୂର୍ଣ୍ଣ ବଜାର ଭାବେ ଓଡ଼ିଶାର ବିଶେଷ ମହତ୍ୱ ରହିଛି ଯାହା କମ୍ପାନି ଏବଂ ଏହାର ପରାମର୍ଶଦାତାଙ୍କ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ପ୍ରତିଫଳିତ କରୁଛି । ଏହାର ଉଲ୍ଲେଖନୀୟ ଅଭିବୃଦ୍ଧି ମୋଦିକେୟାରର ସଫଳତାର କାହାଣୀରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି । ଏହି ବ୍ରାଣ୍ଡ ରାଜ୍ୟରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ବର୍ତମାନ ଏହାର ୨୫୦୦ ଡିଷ୍ଟ୍ରିବ୍ୟୁସନ୍ ପଏଂଟ ଏବଂ ମୋଦୀକେୟାର ହୋମ୍ ସପ୍ ରହିଛି ଯାହା ପ୍ରତ୍ୟେକ ପରିବାର ପାଇଁ ସ୍ୱାଧୀନତାର ଦୃଢ଼ ପ୍ରତିଶ୍ରୁତିକୁ ପ୍ରୋତ୍ସାହିତ କରୁଛି ।ମୋଦିକେୟାର ଲିମିଟେଡର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ସମୀର କେ ମୋଦୀ କହିଛନ୍ତି ଯେ, ‘ଚଳିତ ମାର୍ଚ୍ଚରେ ଆମେ ଆମର ୨୮ତମ ବାର୍ଷିକୀ ପାଳନ କରୁଥିବା ବେଳେ, ମୁଁ ଭାରତର କୋଣ ଅନୁକୋଣକୁ ଯାଇ ଅତୁଟବନ୍ଧନ ରିସ୍ତା ଦିଲ କା ରୋଡ୍ ସୋ ଜରିଆରେ ମୋ ମୋଦିକେୟାର ପରିବାର ସହିତ ଯୋଡ଼ି ହେବାକୁ ଚାହୁଁଛି । ମୁଁ ଓଡ଼ିଶାରୁ ଯାତ୍ରା ଆରମ୍ଭ କରୁଛି କାରଣ ଏହା ଆମର ସବୁଠାରୁ ପୁରୁଣା ବଜାର ଏବଂ ସର୍ବଦା ମୋ ହୃଦୟର ଅତି ନିକଟତର । ସମଗ୍ର ଓଡ଼ିଶାରେ ଆମ ପରାମର୍ଶଦାତାଙ୍କ ଅତୁଳନୀୟ ସମର୍ପଣ ଏବଂ ପ୍ରତିବଦ୍ଧତା ହିଁ ଏହାକୁ ପ୍ରତିଷ୍ଠା ପରଠାରୁ ଆମର ଶ୍ରେଷ୍ଠ ୩ଟି ବଜାର ମଧ୍ୟରେ ସ୍ଥାନିତ କରିଛି । ମୁଁ ସମସ୍ତ ଭାରତୀୟଙ୍କ ପାଇଁ ସ୍ୱାଧୀନତା ପରିକଳ୍ପନା ପ୍ରତି ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ଆମର ‘ଆଜାଦୀଫର ଅଲ୍ ଇଣ୍ଡିଆନ୍ସ’ଅଭିଯାନ ମାଧ୍ୟମରେ ଆମେ କୋଟି କୋଟି ଭାରତୀୟଙ୍କ ଜୀବନକୁ ସ୍ପର୍ଶ କରିଛୁ ଏବଂ ସେମାନଙ୍କୁ ଆତ୍ମନିର୍ଭର ହେବା ପାଇଁ ସଶକ୍ତ କରିବା ଲାଗି ଆହୁରି ଅନେକ ଲୋକଙ୍କ ପାଖରେ ପହଂଚିବାକୁ ଇଚ୍ଛା ରଖିଛୁ ।”ମୋଦିକେୟାର ସର୍ବଦା ଏହାର ପରାମର୍ଶଦାତାଙ୍କୁ ବିଶ୍ୱସ୍ତରୀୟ ଉତ୍ପାଦ ଯୋଗାଇବା ଏବଂ ସେମାନଙ୍କ ଜୀବନରେ ପରିବର୍ତନଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ । ୧୦୦% ସନ୍ତୁଷ୍ଟି ଗ୍ୟାରେଂଟି ସହିତ ଉତ୍ପାଦ ପ୍ରଦାନ କରିବାର ଦର୍ଶନ ଦ୍ୱାରା କମ୍ପାନି ପରିଚାଳିତ । ମୋଦିକେୟାର ଡିଜିଟାଲ ପରିବର୍ତନଆଣିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଏହା କମ୍ପାନିର ସର୍ବୋଚ୍ଚ ପ୍ରାଥମିକତା ଅଟେ । କମ୍ପାନି ଏହାର ପରାମର୍ଶଦାତାମାନଙ୍କୁ ବୈପ୍ଲବିକ‘ନ୍ୟୁ ଜୋଏନି ଆପ୍ – ରୋଡ୍ ଟୁ ଫ୍ରିଡମ୍‌’ ଭଳି ଡିଜିଟାଲ୍ ଉପକରଣରେ ନିରନ୍ତର ବିନିଯୋଗ କରିଆସୁଛି । ଏହାବ୍ୟତୀତ ପରାମର୍ଶଦାତାମାନଙ୍କୁ ସେମାନଙ୍କ ବ୍ୟବସାୟିକ ପ୍ରୟାସରେ ସଶକ୍ତ ଏବଂ ସମର୍ଥନ କରିବା ପାଇଁ କମ୍ପାନି ମୋଦିକେୟାର ହୋମ୍ ସପ୍ ଏବଂ ମାଇଁ ମୋଦିକେୟାର ସପ୍ ଭଳି ପଦକ୍ଷେପ ମଧ୍ୟ ଆରମ୍ଭ କରିଛି ଯାହା କି ‘ଆଜାଦୀଫର ଅଲ୍‌’ପ୍ରତି ଶ୍ରୀ ସମୀର କେ ମୋଦିଙ୍କ ପ୍ରତିବଦ୍ଧତାକୁ ଆହୁରି ବଢ଼ାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ