ନବୀନଙ୍କ ବିରୋଧରେ ନିର୍ବାଚନ ଲଢିବେ ଅକ୍ଷୟ କୁମାର

ଭୁବନେଶ୍ବର, (ଯୁଗାବ୍ଦ ନ୍ୟୁଜ):ଦଶନ୍ଧି ଦଶନ୍ଧି ଧରି ନିଜ ଜୀବନକୁ ସାଧାରଣ ଲୋକଙ୍କ ସେବାରେ ଓ ସଂଘର୍ଷରେ ଉତ୍ସର୍ଗ କରିଥିବା ନବନିର୍ମାଣର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଓହ୍ଲାଇବେ ନିର୍ବାଚନ ମଇଦାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ । ଦୀର୍ଘ ଦଶନ୍ଧିର ସଂଗ୍ରାମ ଭିତରେ ୧୯୯୯ ମସିହାରେ ମହାବାତ୍ୟା ପରେ ନବନିର୍ମାଣ ସମିତି ଗଠନ କରି ଏରସମାର ବାତ୍ୟା ପ୍ରପୀଡିତ ଜନତାଙ୍କୁ ନ୍ୟାୟ ଦେବାରେ ବା ରବି ରାୟ, ମେଧା ପାଟକର ପ୍ରମୁଖଙ୍କୁ ଡକାଇ ପୋସ୍କୋ କିଭଳି ଲୁଟ୍ ପାଇଁ ଆସିଛି ତାହା ଲୋକଙ୍କୁ ବୁଝାଇବାର ସଫଳ ହୋଇଥିଲି। ସେହିଭଳି ପୁରୀରେ ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପ୍ରସ୍ଥାବ ସମୟରେ ବିଶ୍ବବିଦ୍ୟାଳୟ ପାଇଁ ଏତେ ଜମି କଣ ହେବ ଯୋଜନାକୁ ବିରୋଧ କରି ମିଥ୍ୟା ଲୁଟେରା କମ୍ପାନୀର ପ୍ରକଳ୍ପକୁ ଅଟକାଇବାରେ ପ୍ରାରମ୍ଭିକ ଭୂମିକା ନେଇଥିଲି। ରାଜ୍ୟର ଜଣାଶୁଣା ଜନଆନ୍ଦୋଳନକାରୀଙ୍କ ଭିତରେ ଲମ୍ବା ସମୟ ଧରି ଜନଗଣଙ୍କୁ ସେମାନଙ୍କର ନ୍ୟାୟପୂର୍ଣ୍ଣ ଦାବୀ ହାସଲର ଅଧିକାର ଲଢ଼େଇ ଜାରି ରଖିଛି । ସେହିଭଳି କନ୍ଧମାଳ ଦଙ୍ଗା ସମୟରେ ଦୁଇ (ହିନ୍ଧୁ ଓ ଖ୍ରୀଷ୍ଟିଆନ୍) ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ସଦଭାବନା ପ୍ରତିଷ୍ଠା କରି ଖ୍ରୀଷ୍ଟିଆନ୍ ସଂପ୍ରଦାୟଙ୍କୁ ଘରକୁ ଫେରାଇ ଆଣିଥିଲୁ। ନିର୍ବାଚନ ରାଜନୀତିରୁ ଦୂରରେ ଥିବା ଏବଂ ପ୍ରତ୍ୟକ୍ଷ ଭୋଟ ରାଜନୀତିରେ ଆଦୌ ଭାଗ ନନେଇ ଭୋଟ ରାଜନୀତି ମଇଦାନକୁ ପ୍ରଥମ ଥର ପାଇଁ ଓହ୍ଲାଇବାକୁ ଯାଉଛି । ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥ ରଖିବା ପାଇଁ ଦିନେ ଯେମିତି କେଜ୍ରିଓ୍ବାଲଙ୍କୁ ଶରତ ଯାଦବ, ମାୟାବତୀ ପ୍ରମୁଖ ଥଟା କରି କହୁଥିଲେ ଆଇନ୍ ବନେଇବତ ପାଲ୍ୟାମେଣ୍ଟକୁ ଆସ । ଏବେ ସେମିତି ପଦକ୍ଷେପ ମୋ ପାଇଁ ହୁଏତ ହୋଇପାରେ । ଯେଉଁ ଦଳ ଓ ସରକାରମାନେ ଜନତାଙ୍କ ତରଫରୁ ନିର୍ବାଚିତ ହୋଇ ସେମାନଙ୍କ ଲହୁ ଲୁହ ଟ୍ୟାକ୍ସରେ ଦରମା ନେଇ ପ୍ରତିନିଧି ହୋଇଛନ୍ତି, ସେମାନେ ନିର୍ବାଚିତ ହେଲା ପରେ ଜନଗଣଙ୍କ ମୌଳିକ ସମସ୍ୟାକୁ ବାଦ୍ ଦେଇ ନିଜର ବ୍ୟକ୍ତିଗତ ସଂପତ୍ତି ବଢ଼ାଇବାରେ ଲାଗିଛନ୍ତି । ରାଜ୍ୟରେ ପ୍ରଗତୀ ବଦଳରେ ଦୁର୍ଗତି ବଢ଼ୁଛି । ଏ ସବୁ ବାଦ୍ ଲୋକଙ୍କର ଯେଉଁ ସଂମ୍ବିଧାନ ସମ୍ମତ୍ ଗଣତାନ୍ତ୍ରୀକ ଅଧିକାର ଅଛି ତାକୁ ଛଡ଼ାଇ ନେଉଛନ୍ତି ଅତ୍ୟାଚାରୀ ଶାସନବର୍ଗ । ନିଜର ଚାଷୀ ଆନ୍ଦୋଳନ ତିକ୍ତତାର ଅଭିଜ୍ଞତା ସଂପର୍କରେ କହିବାକୁ ଗଲେ, ଆମେ ବାରମ୍ବାର ଚାଷୀଙ୍କ ନ୍ୟାୟପୂର୍ଣ୍ଣ ଦାବୀ ନେଇ ଭୂବନେଶ୍ବର ଆସିଛୁ । ସରକାର ଆମକୁ ଚାରି ଚାରି ଥର ଭୁବନେଶ୍ବରରେ ପୂରାଇ ଦେଇନାହାଁନ୍ତି । ସତେ ଯେମିତି ଓଡ଼ିଶାର ଚାଷୀମାନେ ନବୀନଙ୍କ ପାଇଁ ଶରଣାର୍ଥୀ । ଏବେ ଆମେ ନିର୍ବାଚନ ମୁହାଁ ହେଲୁ ଯେ, ଆଉ ଶାସନ ବ୍ୟବସ୍ଥା ଅତ୍ୟାଚାରୀଙ୍କ ହାତରେ ନୁହେଁ, ନିଜକୁ ଓହ୍ଲାଇବାକୁ ପଡ଼ିବ ରାଜନୈତିକ କ୍ଷେତ୍ରକୁ । ଯାହା ବହୁ ଦିନ ପରେ ଚାଣକ୍ୟ କହିଥିଲେ, ଭଲ ବିଜ୍ଞ ଲୋକମାନେ ରାଜନୈତିକ କ୍ଷେତ୍ରକୁ ନଓହ୍ଲାଇଲେ ଖରାପ ଲୋକଙ୍କ ଦ୍ବାରା ଶାସିତ ହେବାକୁ ପ୍ରସ୍ତୁତ ରୁହ । ବାସ୍, ସାମ୍ବିଧାନିକ ବିଧି ବ୍ୟବସ୍ଥା ଶାସନ ଦେବ, ଲୋକେ ଟ୍ୟାକ୍ସ ଦେବେ, ସରକାର ତାଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ରୋଜଗାରର ଦାୟିତ୍ବ ଉଠାଇବେ । ହେଲେ ଏ କଥା କିଛି ବି ହେଉନି । ଆମ ରାଜ୍ୟର ଅବସ୍ଥା ଆହୁରି ଖରାପ । ନବୀନଙ୍କ ଲମ୍ବା ଶାସନରେ ଓଡ଼ିଆ ତଳିତଳାନ୍ତ ହୋଇଛନ୍ତି, ଦାଦନ ଖଟୁଛନ୍ତି । ରାଜ୍ୟର ସମସ୍ତ ପ୍ରାକୃତିକ ସଂପଦର ଅବିଚାରିତ ଲୁଣ୍ଠନ ସୀମାହୀନ ଭାବେ ଚାଲୁଛି। ନାରୀ ପ୍ରଗତି ନାଁରେ ମିଶନ ଶକ୍ତିକୁ ଋଣଗ୍ରସ୍ତ ଓ ପରାବଲମ୍ବୀ କରାଯାଉଛି । ହେଲେ ବେବିନା, ଇତିଶ୍ରୀ, ମାଧବିଲତା, ପରୀ ପ୍ରମୁଖ କେହି ବି ନ୍ୟାୟ ପାଇଲେ ନାହିଁ । ନାରୀ ସୁରକ୍ଷା ତ ନାହିଁ, ପ୍ରଗତି କେମିତି ହେବ ? ଅନ୍ୟାନ୍ୟ ସ୍ତାବର ଅସ୍ଥାବର ସଂପତ୍ତିକୁ ନବୀନ ଶାଗ ମୁଗ ଦରରେ ବିକି ଦେଲେ। ଶିକ୍ଷାର ରୂପାନ୍ତରୀକରଣ ହୋଇଛି ବୋଲି ଜୋର ପ୍ରଚାର ଚାଲିଛି । ହେଲେ, ଅଧିକାଂଶ ପ୍ରାଥମିକ ସରକାରୀ ସ୍କୁଲ୍ ଏବେ ଷଣ୍ଢ ଗୁହାଳ । ଲୋକଙ୍କୁ ସ୍ବାସ୍ଥ୍ୟ ସେବା ନାଁରେ ଘରୋଇ ଡାକ୍ତରଖାନାକୁ ଅଜଶ୍ର ଅର୍ଥ ଦିଆହେଉଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ