ପାରଳାଖେମୁଣ୍ଡିରେ ହୋଲି ପାଳିଲେ ବିଧାୟକ କେ. ନାରାୟଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରଙ୍ଗର ପର୍ବ ହୋଲି ବେଶ ଧୁମଧାମରେ ସାରା ଦେଶରେ ହୋଲି ଆଡମ୍ବରରେ ପାଳିତ ହୋଇଯାଇଛି. ସେହିପରି ଓଡ଼ିଶାରେ ମଧ୍ୟ ପୂରପଲ୍ଲୀ ଠୁ ଆରମ୍ଭ କରି ସବୁ ସ୍ଥାନରେ ଦେଖିବାକୁ ମିଳିଛି ହୋଲିର ଉତ୍ସବ. ଏହି ଅବସରରେ ଗଜପତି ପାରଳାଖେମୁଣ୍ଡିରେ ଦେଖିବାକୁ ମିଳିଛି ଝଲକ. ପାରଳାଖେମୁଣ୍ଡିରେ ଭାରତୀୟ ଜନତା ପାଟିର ବିଧାୟକ କେ. ନାରାୟଣ ରାଓ ଶତାଧିକ ବିଜେପି କର୍ମୀଙ୍କ ସହ ମିଶି ଏହି ପର୍ବ ପାଳନ କରିଥିଲେ. ଏହି ପରିପ୍ରେକ୍ଷୀରେ ତାଙ୍କ ସହ କର୍ମୀମାନଙ୍କ ସହ ପାର୍ଟି ଅଫିସ ଯାଇ ହୋଲି ପାଳିଥିଲେ. ତାପରେ ପାରଳାଖେମୁଣ୍ଡିରେ କୁନି କୁନି ପିଲାଙ୍କ ସହ ବେଶ ଆନନ୍ଦରେ ହୋଲି ପର୍ବକୁ ପାଳନ କରିଥିଲେ. ସମସ୍ତଙ୍କୁ ଅବିର ଲଗାଇ ହୋଲିର ଶୁଭେଚ୍ଛା ଜଣାଇଥିଲେ


