ରେମୁଣା ବିଜେପିର ବିଶାଳ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ବୁଧବାର ସକାଳ ୧୧ ଘଟିକା ସମୟରେ ରେମୁଣା ବିଜେପି କାର୍ଯ୍ୟାଳୟ ବାଲିଆ ଠାରେ ବିଶାଳ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ରେମୁଣା ନିର୍ବାଚନ ମଣ୍ଡଳୀର ବିଧାନସଭା ସଂଯୋଜକ କାର୍ତ୍ତିକ ଚନ୍ଦ୍ର ଗିରିଙ୍କ ସଭାପତିତ୍ବରେ ଆୟୋଜିତ କର୍ମୀ ସମ୍ମିଳନୀରେ ସର୍ବପ୍ରଥମେ ବାଘାଯତୀନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର,ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ,ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ଲୋକସଭା ପ୍ରଭାରୀ ଆଶୁତୋଷ ପରିଡ଼ା,ଲୋକସଭା ସଂଯୋଜକ ଶୁଭଙ୍କର ମହାପାତ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶ୍ୟୁରାମ ପରିଡ଼ା,ବିଧାନସଭା ପ୍ରଭାରୀ ଆଶିଷ ଘୋଷ,ଜିଲ୍ଲା ଉପସଭାପତି ମିନାକ୍ଷୀ ମହାପାତ୍ର,ଉପସଭାପତି କମଳା ବିନ୍ଧାଣି ,ଅନୁସୂଚିତ ଜନଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ବିପିନ ମାରାଣ୍ଡି,ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ସିପ୍ରାରେଖା ମହାପାତ୍ର, ମଣ୍ଡଳ ସଭାପତି ଯଥା କାହ୍ନୁ ଚରଣ ବେହେରା, ଭୋଳାନାଥ ପାତ୍ର,ମଳୟ କୁମାର ବିଶ୍ବାଳ,ବିଭୂତି ରଞ୍ଜନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଉଭୟ ସାଂସଦ ପ୍ରାର୍ଥୀ ଓ ରେମୁଣା ବିଧାନସଭା ପ୍ରାର୍ଥୀ ଙ୍କୁ ଦଳ ତରଫରୁ ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା।ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଭିନ୍ନ ଦଳରୁ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ସାଂସଦ ପ୍ରାର୍ଥୀ ଶ୍ରୀ ଷଡ଼ଙ୍ଗୀ ଓ ବିଧାୟକ ପ୍ରାର୍ଥୀ ଶ୍ରୀ ଦାସ ଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିଲେ। ସେମାନଙ୍କୁ ଦଳୀୟ ଉତ୍ତୋରିୟ ଓ ଟୋପି ପିନ୍ଧାଇ ସ୍ବାଗତ କରାଯାଇଥିଲା। ମିଶ୍ରଣ ପର୍ବରେ ମିଶିଥିବା ବିଭିନ୍ନ ଦଳର କାର୍ଯ୍ୟକର୍ତ୍ତା ଯଥା କନିଷ୍କ ବୋଧିସତ୍ୱ ରାଜ୍ୟ ବିଜେଡି ଆବାହକ, ବିଶ୍ଵନାଥ ପଣ୍ଡା, ସହାର୍ଦା କୋଏଲ ଇଣ୍ଡିଆ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଅଂଶୁମାନ ପଣ୍ଡା (ପୂର୍ବତନ ରେମୁଣା ବ୍ଲକ ଚେୟାରମେନଙ୍କ ସୁପୁତ୍ର) ରେମୁଣା ବ୍ଲକ,ହେମନ୍ତ କୁମାର ଦାସ(ୱାର୍ଡ ସଭ୍ୟ କରଞ୍ଜିଆ) ,ଜୟଶ୍ରୀ ଭୁଇ,ବନିତା ମହାଳିକ,ଦିପୁ ମହାଳିକ, ମାମା ଜେନା ଇତ୍ୟାଦି କରଞ୍ଜିଆ ପଞ୍ଚାୟତର ବିଜେଡି ଦଳ ପରିତ୍ୟାଗ କରି ଯୋଗ ଦେଇଥିଲେ। ଗେଙ୍ଗୁଟି ପଞ୍ଚାୟତର ବିଜେଡି ଦଳରୁ କିଶୋର କୁମାର ପରିଡ଼ା,ବୈଦ୍ୟନାଥ ବିନ୍ଧାଣି,ରତ୍ନାକର ଗାୟାନ (ରେମୁଣା NAC କଂଗ୍ରେସ କାଉନସିଲର ପ୍ରାର୍ଥୀ),ପୂର୍ବତନ ସମିତି ସଭ୍ୟ କଂଗ୍ରେସ ହରି ସିଂ,ଭରତ ବେହେରା,ପ୍ରଶାନ୍ତ ବେହେରା,ବିଜୟ କୁମାର ଦାସ,ମନୋରଞ୍ଜନ ପରିଡା, ଶଶିକାନ୍ତ ପରିଡ଼ା,ଜଗନ୍ନାଥ ବେହେରା, କରୁଣାକର ବେହେରା,ପୂର୍ଣ୍ଣଚନ୍ଦ୍ର ବେହେରା,ରାମେଶ୍ବର ବେହେରା, ମାୟାଧର ମହାର୍ନା,ସରୋଜ ମହର୍ନା ,ସନ୍ତୋଷ ବଙ୍ଗାଳ ଜଗନ୍ନାଥ ମହାର୍ଣ୍ଣା,ଗୟାଧର ମହାର୍ଣ୍ଣା,କାର୍ତ୍ତିକ ମହାର୍ଣ୍ଣା,କାର୍ତ୍ତିକ ବେହେରା,ପ୍ରଭାକର ଦାସ,ଦୀନବନ୍ଧୁ ପରିଡ଼ା,କରୁଣା ସିଂ,ରବି ସିଂ,ସୋମନାଥ ସିଂ, ସେକ ରାଜା,ସଙ୍କୁରୁ ଦଳେଇ, ସେକ ସାଇଲ,ସୋମନାଥ ଦଳେଇ,କାର୍ତ୍ତିକ ଦାସ,ପ୍ରଭାକର ବେହେରା,ବଳରାମ ବେହେରା ଇତ୍ୟାଦି ୧୦୦ ରୁ ଉର୍ଦ୍ଧ ବିଭିନ୍ନ ଦଳର କାର୍ଯ୍ୟକର୍ତ୍ତା ମିଶିଥିଲେ। ଏହି କାର୍ଯ୍ୟକ୍ରମରେ ରେମୁଣା ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ସମସ୍ତ ପଞ୍ଚାୟତ,NAC ର ବିଭିନ୍ନ ପଞ୍ଚାୟତର ସରପଞ୍ଚ , କାଉନସିଲର,ସମିତି ସଭ୍ୟ,ୱାର୍ଡ ମେମ୍ବର, କାଉନସିଲର,ବିଭିନ୍ନ ସୋସାଇଟିର ସଭାପତି,ମତ୍ସ୍ୟ ଯିବି ସଂଘର ସଭାପତି ଏବଂ ବୁଥ ସ୍ତର ପର୍ଯ୍ୟନ୍ତ ଚାରି ହଜାରରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ଷଡ଼ଙ୍ଗୀ ,ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଦାସ ଓ ଅନ୍ୟାନ୍ୟ ମଞ୍ଚଷିନ ଅତିଥି ବୃନ୍ଦ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନଙ୍କୁ ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାର ଗଢ଼ିବା ପାଇଁ ଉତ୍ସାହିତ କରିଥିଲେ। ଶେଷରେ ଚାରି ନମ୍ବର ୱାର୍ଡର କାଉନସିଲର ଶିବଶଙ୍କର ରୟ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ।


